ବ୍ରହ୍ମଗିରି/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଅଦ୍ୟାବଧି ୯, ୦୩୯ ଗୋଟି ହିତାଧିକାରୀଙ୍କୁ ଗୃହ ମଂଜୁର କରାଯାଇଛି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଉତ୍ତର ଦେଇଛନ୍ତି ।
ଚଳିତ ଆର୍ଥିକ ବର୍ଷ ଆରମ୍ଭରେ ପୂର୍ବରୁ ଚିହ୍ନିତ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ସ୍ଥାୟୀ କ୍ରମ ତାଲିକାରେ ଥିବା ୩୩୨ ଗୋଟି ପରିବାରଙ୍କୁ ଗୃହ ମଂଜୁର କରାଯାଇଛି । ତନ୍ମଧ୍ୟରୁ ୧୭୦ ଗୋଟି ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସ୍ଥଳେ ୧୬୨ ଗୋଟି ଗୃହ ନିର୍ମାଣାଧୀନ ଅଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.