ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନା ଅଞ୍ଚଳରେ ପୁଲିସ ବିଭାଗ ପକ୍ଷରୁ ଆଗାମୀ ଇଦ ଓ ରାମନବମୀ ପରିପ୍ରେକ୍ଷୀରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଏକ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଅପରାହ୍ନ ପ୍ରାୟ ପାଞ୍ଚଟାରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚ ପ୍ରଥମେ ବଡ଼ବିଲ ଥାନାରୁ ବାହାରି ଗୁରୁଦ୍ବାରା ଛକ ହୋଇ ମହାନ୍ତ ବସ୍ତି, ପୁରୁଣା ବସଷ୍ଟାଣ୍ ଷ୍ଟାଣ୍ଡ ହୋଇ ହରିହର ମନ୍ଦିର, ପିଏଚଡି ଅଂଚଳ ପର୍ଯ୍ୟନ୍ତ ଯାଇ ବଡ଼ବିଲ ଥାନାରେ ସମାପ୍ତ ହୋଇଥିଲା। ଏହି ଫ୍ଲଗ ମର୍ଚ୍ଚକୁ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ପିଙ୍ଗୁଆ, ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.