ପଦ୍ମପୁର:ପୁରୀ ରଥ ନିର୍ମାଣ ଫାଶୀ କାଠ ଚିହ୍ନଟ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସୁଦର୍ଶନ ମେକାପ ଙ୍କ ନେତୃତ୍ୱ ରେ ୫ଜଣିଆ ଟିମ୍ ପଦ୍ମପୁର ରେ ପହଞ୍ଚି କାଠ ଚିହ୍ନଟ କରିଛନ୍ତି। ପଦ୍ମପୁର ବନଖଣ୍ଡ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମ୍ୟ ଜଙ୍ଗଲରେ ଥିବା ୨୦ଟି ଫାଶୀ ଗଛ ମଧ୍ୟରୁ ୧୫ଟି ବାଛିଛନ୍ତି। ଏଠାରେ ସୂଚନଯୋଗ୍ୟଯେ ବରଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ପଦ୍ମପୁର ରେଞ୍ଜ ବୁଡାମାଲ ଓ ଆଖପାଖ ଅଞ୍ଚଳରେ ଫାଶୀ ଗଛ ଥିବା ପୁରୀ ଶ୍ରୀ ମନ୍ଦିର ପ୍ରଶାସନ କୁ ଜଣାଇଥିଲେ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୁଦର୍ଶନ ମେକାପ ଙ୍କ ନେତୃତ୍ୱରେ ୫ ଜଣ ବରଗଡ଼ ଜିଲ୍ଲା ପଦ୍ମପୁର କୁ ଆସି ଗଛ ଚିହ୍ନଟ କରିଥିଲେ। ଦଳର ମୁଖ୍ୟ ଶ୍ରୀ ସୁଦର୍ଶନ ମେକାପ ଙ୍କ କହିବା ମତେ ରଥ ନିର୍ମାଣ ପାଇଁ ସମୁଦାୟ ୧୧୪ଟି ଫାଶୀ ଗଛ ର ଆବଶ୍ୟକ ହୋଇଥାଏ। ଗତ ବର୍ଷର ୫୧ ଟି କାଠ ବଳକା ଥିବା ଯୋଗୁ ଚଳିତ ବର୍ଷ ଆଉ ୭୨ ଖଣ୍ଡ ଫାସୀ କାଠ ର ଆବଶ୍ୟକ ରହିଛି।ଚିହ୍ନଟ ରେ ଗଛ ଗୁଡ଼ିକ ୬ ଫୁଟ ଗୋଲେଇ,ଏବଂ ୧୨ ରୁ ୧୪ ଫୁଟ ଲମ୍ବ ରହିବା ଆବଶ୍ୟକ। ଫାଶୀ କାଠ ରଥ ର ଚକ ନିର୍ମାଣ ହୋଇଥାଏ ବୋଲି ସେ କହିଥିଲେ। ଆସନ୍ତା କାଲି ଆଉ କେତେକ ଗଛ ଚିହ୍ନଟ ପାଇଁ ଯିବୁ ବୋଲି ସେ କହିଥିଲେ। ଉକ୍ତ ଦଳରେ ଲକ୍ଷ୍ମଣ ମହାପାତ୍ର, ରବି ଭୋଇ,କୁମାର ସରକାର ଏବଂ ଜିଆ ଗଛ କଟିବ ସେ ମଧ୍ୟ ସାଙ୍ଗରେ ଥିବା ସୁଦର୍ଶନ ମେକାପ କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post