ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି।ଜଳର ବ୍ୟବହାର ଓ ସଠିକ ବିନିଯୋଗ ସମ୍ପର୍କରେ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଶ୍ଵେତ ଲୀନା ମିଶ୍ର ମୁଖ୍ୟ ଅତିଥି, ସାମ୍ବାଦିକ ରାମକୃଷ୍ଣ ପରିଡା ଏବଂ ସମାଜସେବୀ ଗଜେନ୍ଦ୍ର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ ପାଖରେ ମାତ୍ର ୨.୬୭ ଭାଗ ମଧୁର ଜଳ ତଥା ପାନୀୟ ଜଳ ରହିଥିବାରୁ ଏହାର ସଂରକ୍ଷଣ ପାଇଁ ଧ୍ୟାନ ନଦେଲେ ଭବିଷ୍ୟତ ପିଢ଼ିଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।୮୫ ଜଣ ଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଆଶା କର୍ମୀମାନେ ପିଲାଙ୍କ ସହିତ ମିଶି ମିଳିତ ଭାବେ ସଫେଇ କରିଥିଲେ। ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post