“ନିଫା”, ଗଜପତି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ନିଫା”, ଗଜପତି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠାନର ସଭାପତି ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସଭାପତିତ୍ବରେ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଗଜପତି , ଡଃ ମହମ୍ମଦ ମୁବାରକ ଅଲ୍ଲୀ , ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ରଘୁନାଥ ପାତ୍ର ଓ ଜିଲ୍ଲା ରକ୍ତ ଭଣ୍ଡାର ଦାୟିତ୍ଵରେ ଥିବା ଡ଼ଃ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରର ଆବଶ୍ୟକତା ଓ କେଉଁ ମାନେ ରକ୍ତଦାନ କରିବା ଉଚିତ ସେ ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ପ୍ରାରମ୍ଭରେ ଆକାଶବାଣୀ ଜୟପୁରର କଣ୍ଠଶିଳ୍ପୀ ସୁଶ୍ରୀ ଅମୃତା ପୁରୋହିତ ଓ ସୁଶ୍ରୀ ସ୍ପନ୍ଦନା ପଣ୍ଡା ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଡ଼ଃ କଲ୍ୟାଣୀ ମିଶ୍ର ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କୁ ମଞ୍ଚାସୀନ କରିଥିଲେ ଏବଂ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ରଥ , ବାଳକୃଷ୍ଣ ପାଣିଗ୍ରାହୀ , ଆଦର୍ଶ ଦାସ , ମମତା ପାଢ଼ୀ , ସଙ୍ଗୀତା ପାତ୍ର , ଗାବରା ନବୀନ , ନିହାର ପଣ୍ଡା , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ବିଷ୍ଣୁପ୍ରିୟା ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ।
ଏହି ରକ୍ତଦାନ ଶିବିରରେ ଜିଲ୍ଲା ରକ୍ତ ଭଣ୍ଡାର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.