“କଂଗ୍ରେସ ଉଠିବ, ମହିଳା ନିର୍ଯାତନା ନେଇ ରାଜରାସ୍ତାରେ ଲଢେଇ କରିବ।”

0 1

 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହତ୍ୟାକାରୀଙ୍କ ସହ ଅଛନ୍ତି : କଂଗ୍ରେସ ପ୍ରଭାରୀ ଅଜୟ ଲଲୁ। 

କେନ୍ଦୁଝର,ତା୨୩/୩- ଆଜି ଓଡ଼ିଶା କଂଗ୍ରେସ ଲାଗି ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲୁ କେନ୍ଦୁଝର ଗସ୍ତରେ ଆସିଥିଲେ। ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମ ଠାରେ ସହସ୍ରାଧିକ କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ କଂଗ୍ରେସ ପୁଣି ଆସୁଛି ବୋଲି ବାର୍ତ୍ତା ଦେଇଥିଲେ। କାଲି ରାତିରେ ସେ ଆସି ହୋଟେଲରେ ଅବସ୍ଥାନ କରିଥିଲେ ଆଜି ଶ୍ରୀକ୍ଷେତ୍ର ହୋଟେଲ ସାମନାରୁ ତାଙ୍କୁ ଯୁବ ଛାତ୍ର କର୍ମୀମାନେ ଏକ ମୋଟର ସାଇକେଲ ରାଲୀ କରି ସଭାସ୍ଥଳକୁ ଆଣିଥିଲେ। ସଭାରେ ଅନେକ ବେଳୁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଉପସ୍ଥିତ ଥିଲେ। ପାରମ୍ପରିକ ବାଦ୍ୟ ମଧ୍ୟରେ କଂଗ୍ରେସ ପ୍ରଭାରୀଙ୍କୁ ସ୍ବାଗତ କରି ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ମଞ୍ଚରେ ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନିଧନ ଲାଗି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ଶୋକ ପ୍ରାର୍ଥନା କରାଯାଇଥିଲା। ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଶ୍ରୀ ଲାଲୁ ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ସେ ଥିଲେ ଏପରିକି ରାଜ୍ୟସଭାକୁ ମଧ୍ୟ ପ୍ରତିନିଧିତ୍ଵ କରିଥିବା ଭଳି ବ୍ୟକ୍ତିତ୍ଵ। ତେଣୁ କେନ୍ଦୁଝର ଆସି ତୃଣମୂଳ ସ୍ତରର କର୍ମୀଙ୍କୁ ଭେଟିଥିଲେ।  ଏଥିସହ ସେ ହତ୍ୟାର ବିଜେପି ନେତାଙ୍କ ଦ୍ଵାରା ହତ୍ୟାର ଶିକାର ହୋଇଥିବା ସମାଜସେବୀ ରୋଜାଲିନ ସାହୁଙ୍କ ମାଆ ରେବତୀ ସାହୁଙ୍କୁ ଭେଟିଥିଲେ। ବିଜେପି ଦଳ କିପରି ଜଣେ ହତ୍ୟା ଆରୋପିକୁ ପ୍ରୋତ୍ସାହନ ଦେଉଛି ସେ ପ୍ରଶ୍ନ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସବୁ ଜାଣି କିପରି ହତ୍ୟାକାରୀକୁ କୋଳରେ ଧରି ବୁଲୁଛନ୍ତି ତାଙ୍କ କଥା ପୋଲିସ ଡିଜି ମଧ୍ୟ ଶୁଣୁ ନାହାନ୍ତି ପ୍ରଶ୍ନ କରିଥିଲେ। ନିଜ ନିର୍ବାଚନମଣ୍ଡଳୀର ଜଣେ ନିରୀହ ଝିଅକୁ ହତ୍ୟାକୁ ସେ ବୁଝି ପାରୁନାହାନ୍ତି ହତ୍ୟାକାରୀକୁ ଦଳୀୟ ଲୋକ ବୋଲି ସୁରକ୍ଷା ଦେଉଛନ୍ତି ତାହା ଘୋର ନିନ୍ଦନୀୟ କହିଥିଲେ।ଏହି କଥା ସେ ଦିଲ୍ଲୀରେ ଉଠାଇବେ ସଭାରେ ଘୋଷଣା କରିଥିଲେ। ସେହିପରି ଚମ୍ପୁଆରେ ନାବାଳିକା ଗର୍ଭବତୀ ହେବା ଘଟଣାକୁ ପ୍ରଶାସନ ଚପେଇ ଦେଲା ଆରୋପ କରିଥିଲେ। ରାଜ୍ୟରେ ବିଜେଡି ସରକାର ବେଳେ ହଜାର ହଜାର ମହିଳା ଓ ଝିଅ ନିଖୋଜ ଥିଲେ ଏବେ ବିଜେପି ସରକାର ୯ ମାସ ହେଲା ଆସିବା ପରେ ମହିଳା ନିର୍ଯ୍ୟାତନା ପ୍ରବଳ ବଢ଼ି ଯାଇଛି। ତେଣୁ ବିଧାନସଭାରେ ଏକଥା ଉଠାଇ କଂଗ୍ରେସ ବିଧାୟକ ବିଧାନସଭାରେ ନିଲମ୍ବିତ ହୋଇଥିଲେ କହିଥିଲେ। ବିଜେପି ଏବେ ନିମ୍ନ ସ୍ତରକୁ ଚାଲି ଆସିଛି ଲୁଟପାଟ ନିର୍ଯ୍ୟାତନା ଲାଞ୍ଛନାକୁ ମୁଖ୍ୟ ଅସ୍ତ୍ର କରିଛି। ତେଣୁ ମାର୍ଚ୍ଚ ୨୭ ତାରିଖରେ ହଜାର ହଜାର କଂଗ୍ରେସ କର୍ମୀ ମହିଳାଙ୍କ ସୁରକ୍ଷା ଲାଗି ଓଡ଼ିଶା ବିଧାନସଭା ଘେରାଉ କରିବେ କହିଥିଲେ ଏଥିରେ କେନ୍ଦୁଝର ଲୋକେ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ। ସେହିପରି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସଭାରେ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଇତିହାସ କଥା କହି ବୁଝେଇ ଥିଲେ ଦି କଂଗ୍ରେସ ଦଳ ମିଟିଂରେ ୧୭ଜଣ ଲୋକ ଆସିଥିଲେ। କଂଗ୍ରେସ ବୁଡ଼ି ଯିବ ବୋଲି ମିଥ୍ୟା ପ୍ରଚାର ହେଉଥିଲା ହେଲେ ପୁଣି କଂଗ୍ରେସ ରାଜ୍ୟ ଓ କେନ୍ଦ୍ରରେ ସରକାର କରିଥିଲା। ଦିନେ ଲୋକେ ହାତରୁ ଖର୍ଚ୍ଚ କରି କଂଗ୍ରେସ ସରକାର କରିଥିଲେ ବୋଲି ଦେଶରେ ଅନେକ ଯୋଜନା ହୋଇଥିଲା ସବୁ ବଡ଼ ଯୋଜନା ଏହି ଦଳ କରିଛି। ଓଡ଼ିଶାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ,ପାରାଦୀପ ବନ୍ଦର,ହୀରାକୁଦ ବନ୍ଧ ସବୁ କଂଗ୍ରେସ ହିଁ କରିଛି। କେନ୍ଦୁଝରରେ ସବୁ ଜଳସେଚନ ପ୍ରକଳ୍ପ,ରେଳପଥ କଂଗ୍ରେସ କରାଯାଇଛି। କଂଗ୍ରେସ ବେଳେ ଜିଲ୍ଲାରେ ହୋଇଥିବା ଶିଳ୍ପ ସଂସ୍ଥାନକୁ ପରେ ଅନ୍ୟ ସରକାରୀ ବୁଡ଼େଇ ଦେଇଛନ୍ତି। ଏଠାରେ ବିଜେପି ଓ ବିଜେଡି ଭାଇ ଭାଇ ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ ମିଳିମିଶି ଖଣିଖାଦାନ ଲୁଟୁ ଥିଲେ। କଂଗ୍ରେସ ଦଳର ଶେଷ ଯାଏ ରହି ସେ ମାର୍ଗଦର୍ଶନ କରିବେ ବୋଲି ଭାବବିହ୍ଵଳ ହୋଇ କହିଥିଲେ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ରାଜ୍ୟ ସରକାର ଉପରେ ଅନେକ ଆରୋପ ଲଗାଇ ଥିଲେ କହିଥିଲେ ମୋହନ ବାବୁ ମୁଖ୍ୟମନ୍ତ୍ରୀ ହେଲେ ଏଥର ପୂର୍ବ ପ୍ରତିଶ୍ରୁତି ସବୁ ପାଳନ କରନ୍ତୁ। ରାଜ୍ୟ ତମାମ ଏବେ ନାରୀ ନିର୍ଯ୍ୟାତନା ବଢ଼ିଛି ବାଲେଶ୍ଵର ବଲାଙ୍ଗୀରରେ ମହିଳା ହିଂସାର ଶିକାର ହେଲେ ପୋଲିସ ନୀରବ ରହି କିଛି କଲାନି। ବରଗଡ଼ରେ ମୁଖ୍ୟମନ୍ତ୍ରୀ ହାତୀରେ ବୁଲିଲେ ଏଣେ ଗୋଟେ ଝିଅ ଅପହରଣ ଦୁଷ୍କର୍ମର ଶିକାର ହେଲା ପୋଲିସର ତତ୍ପରତା ନଥିଲା। କେନ୍ଦୁଝର ଜିଲ୍ଲାରୁ ସ୍ଲରୀ ପାଇପ ଦ୍ଵାରା ଲୁହାପଥର ଚାଲାଣ ଚାଲିଛି ରାଜ୍ୟର ବିଜେପି ସରକାର ଅନ୍ଧ ହୋଇ ଟ୍ରକ୍ ମାଲିକଙ୍କ ପେଟକୁ ଗୋଇଠା ମାରୁଛି। ବୈତରଣୀ ନଦୀ ଏବେ ଶୁଖି ଗଲାଣି ମୋହନ ଚରଣ ମାଝି କିଛି କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲାରେ ବଡ଼ଭାଇ ନିରଞ୍ଜନ ପଟ୍ଟନାୟକ ଆଗରେ ରହିବେ ପଛରେ ସେ ବାକି ମାନେ ତାଙ୍କ ପଛରେ ତେବେ କଂଗ୍ରେସ ଦଳକୁ କେହି ରୋକି ପାରିବେନି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ମନୋଜ କୁମାର ଜେନା, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ଲାଗୁରି, ଶକୁନ୍ତଳା ଲାଗୁରି,ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ,ପ୍ରତିଭା ମଞ୍ଜରି ନାୟକ,ନିର୍ମଳ କୁମାର ନାୟକ,କୃଷ୍ଣ ଚନ୍ଦ୍ର ମହାନ୍ତି,ଆଲୋକ ମିଶ୍ର ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ସଭାରେ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା ସଭାପତିତ୍ବ କଲା ବେଳେ ସଂଗ୍ରାମ ଦାସ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ୍ ଧିର ନିଜ କର୍ମୀମାନଙ୍କ ସହ ଅତିଥିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ ଓ କର୍ମୀମାନେ ବିଶେଷ ସହାୟତା କରିଥିଲେ। ସଭାପରେ ସ୍ଥାନୀୟ କଂଗ୍ରେସ ଭବନରେ ପ୍ରଭାରୀ ଶ୍ରୀ ଲାଲୁ ଜିଲ୍ଲାର କଂଗ୍ରେସ ନେତାମାନଙ୍କୁ ଭେଟି ନିଭୃତ ଆଲୋଚନା କରିଥିଲେ। ସେଠାରୁ ସେ ସନ୍ଧ୍ୟାରେ ବାହାରି ମାଆ ତାରିଣୀ ଦର୍ଶନ ସାରି ଭୁବନେଶ୍ୱର ଲେଉଟି ଯାଇଥିଲେ। ଜିଲ୍ଲା ମୁଖ୍ୟ ଦପ୍ତର ସବୁ ବ୍ଲକରୁ ଏତେ ପରିମାଣରେ କଂଗ୍ରେସ କର୍ମୀ ଓ ନେତା ଏକାଠି ହେବା ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା।ଆଗାମୀ ଦିନରେ ତେଣୁ କଂଗ୍ରେସ ଗୋଟେ ଶକ୍ତ ବିରୋଧୀ ଦଳ ଭାବେ ଉଭା ହେବ ବୋଲି ଏଠାରେ ଆଲୋଚନା ହେଉଛି।

Leave A Reply

Your email address will not be published.