ଶିଶୁ ବାଟିକା ରେ ନାମ ଲେଖା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ଘର ଘର ବୁଲି ପିଲାଙ୍କୁ ଶିଶୁ ବାଟିକା ରେ ନାମ ଲେଖା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟି ଥିଲେ। ଏହି ଅବସରରେ ଅଭିଭାବକ ଓ ପିଲାଙ୍କୁ ମିଶି ଶିଶୁ ବାଟିକା ରେ ନାମ ଲେଖାଇବା ପାଇଁ ଅନୁରୋଧ କରିଥିଲେ। ଏଥି ସହ ବ୍ଲକ ର ସରାଗୁଡ଼ା ଗ୍ରାମ ଯାଇ ସେଠାରେ ମଧ୍ୟ ପିଲାଙ୍କୁ ଶିଶୁ ବାଟିକା ରେ ନାମ ଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟି ଥିଲେ । ନୂତନ ଶିକ୍ଷାନୀତି ଅନୁଯାଇ ୨୦୨୫/୨୬ ନିମନ୍ତେ ଆଗାମୀ ଏପ୍ରିଲ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ମାନଙ୍କରେ ୬ ବର୍ଷ ର ପିଲାଙ୍କ ନାମଲେଖା ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ ହେବ । ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଅଭିନବ ଯୋଜନା ଆରମ୍ଭ କରିଥିବା ବେଳେ ପିଲାଙ୍କୁ ଉତ୍ତମ ଓ ସଂଗଠିତ କରିବା ଏହାର ମୂଳ ଲକ୍ଷ୍ୟ ରହିଛି। ଉକ୍ତ ଖଡ଼ି ଛୁଆଁ ଦିନ ପିଲାଙ୍କ ନାମ ଲେଖା କୁ ସ୍ମରଣୀୟ କରାଯିବା ସହ ଆକର୍ଷଣୀୟ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ବ୍ଲକ ର ପ୍ରତ୍ୟେକ ଗ୍ରାମ ରେ ୬ ବର୍ଷ ର ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ସଚେତନ କରାଯାଉଛି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଏହି ଗସ୍ତ ସମୟରେ ବିଇଓ ରଶ୍ମିତା ନେତମ, ଏବିଇଓ ଭଗବାନ ମାଝୀ,ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀ , ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଜେ ରାଜ ଶେଖର ରାଓ, ୱାଈ ରାଜ ଶେଖର ଦୋରା ,ନରେଶ ସିଂ,ଭୀମସେନ ଜେନା, କକିନି ମୁନି, ନୁରୁ ସିଂ , ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବନଲତା ମହାନ୍ତି, ସିଆରସିସି ଗୁପ୍ତ ପ୍ରସାଦ ନାଗ, ହେମେନ୍ଦ୍ର ନାଥ ବେହେରା,ଧନଞ୍ଜୟ ବଡ ଜେନା,ଶିକ୍ଷକ ଦିବାକର ବାରିକ,ଅନିତା ବେହେରା, ଗିରିଶ ବାଳା ଜେନା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।