ସାହିତ୍ୟ ଭାବଗତ ସମ୍ପର୍କ ଯୋଡେ,ବନ୍ଧୁତାର ହାତ ବଢାଏ- ସୌମ୍ୟରଞ୍ଜନ

0 1

ସାହିତ୍ୟ ମହାକୁମ୍ଭ-୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର, ତା ୨୩.୩.୨୫: ସାହିତ୍ୟ ସଦାକାଳ ହୃଦୟକୁ ହୃଦୟ ସହ ଯୋଡେ, ସାରସ୍ୱତ ସମ୍ପର୍କର ସେତୁ ତିଆରି କରେ । ସାହିତ୍ୟ କେବଳ ଶବ୍ଦର ସଂଗ୍ରହ ନୁହେଁ, ସାହିତ୍ୟ ହେଉଛି ଏକ ସମୟ, ଏକ ଯୁଗ, ଏବଂ ଏକ ସମାଜର ଚିତ୍ରଣ । ଏହି ଉତ୍ସବ ମାଧ୍ୟମରେ ଆମେ ଲେଖକଙ୍କ ପରିଚୟ, ଆମ ସଂସ୍କୃତିର ଗୌରବ ଏବଂ ଓଡିଆ ଅସ୍ମିତାକୁ ଅନୁଭବ କରିପାରିବା ବୋଲି ସଭାରେ ଅତିଥିମାନେ ମତବ୍ୟକ୍ତ କରଛନ୍ତି । ରବିବାର, ପୂର୍ବାହ୍ନରେ ଆମ ସାହିତ୍ୟ ପରିବାର, ବ୍ୟାସନଗର ଏବଂ ପାର୍ବତୀଗୋବିନ୍ଦ ସାହିତ୍ୟ ସଂସଦ, ଭଦ୍ରକ ଆନୁକୂଲ୍ୟରେ ସାହିତ୍ୟର ମହାକୁମ୍ଭ -୨୦୨୫ ଭୁବନେଶ୍ୱରସ୍ଥ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରି•ଳନା ନିବେ୍ର୍ଦଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ସାହିତ୍ୟ ହେଉଛି ଭାଷା ଓ ଭାବର ଖେଳ । ଭାବନା ରାଜ୍ୟର ବିସ୍ତାର ହେଲେ ସାହିତ୍ୟ ହୁଏ ପରିପୃଷ୍ଟ । ଭାଷା ବଞ୍ଚାଇବା ପାଇଁ ବହିର ଆବଶ୍ୟକତା ଠାରୁ ପ୍ରଜୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପଟ୍ଟନାୟକ ଯୁବ ସାହିତି୍ୟକ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ଥମ୍ଭକାର ତଥା ସୁସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ତାଙ୍କ ଅଭିଭାଷଣରେ କହିଲେ ଯେ ସାହିତ୍ୟରେ ଯେହେତୁ ଭୁଗୋଳ ନଥାଏ ଏହା ସଚରାଚର ବିଦ୍ୟମାନ । ସାହିତ୍ୟ ଭାବଗତ ସମ୍ପର୍କ ଯୋଡେ । ଲେଖକଟିଏ ଆତ୍ମତୃପ୍ତି ପାଏ । ଭାବଗତ ସମ୍ପର୍କର ମୂଳ ଆଧାର ହେଲା ସାହିତ୍ୟ ଅନୁଷ୍ଠାନ । ଅନୁଷ୍ଠାନମାନଙ୍କୁ ଉସାôହିତ କରିବା ଲକ୍ଷରେ ସାହିତ୍ୟର ମହାକୁମ୍ଭ ଆୟୋଜନ ପାଇଁ ସେ ଆୟୋଜକଙ୍କୁ ଭୁୟସି ପ୍ରଶଂସା କରିଥିଲେ ।
ଉଦଘାଟକ ଭାବେ ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଅଧିବେଶନକୁ ଉଦଘାଟନ କରିବା ସହ ବରେଣ୍ୟ ଅତିଥିମାନେ ୧୦ ଗୋଟି ଯୋଗ୍ୟ ସାହିତ୍ୟ ଅନୁଷ୍ଠାନକୁ ଉକôର୍ଷ ସମ୍ମାନ ପ୍ରଦାନ କରିଥିଲେ ।
ସଭାପତି ତଥା ରାଜ୍ୟ ସଂଯୋଜକ ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଶଶଧର ପଣ୍ଡା ତାଙ୍କ ବକ୍ତବ୍ୟରେ ସାହିତ୍ୟ ଅନୁଷ୍ଠାନମାନଙ୍କୁ ଉକôର୍ଷ ସମ୍ମାନ ପ୍ରଦାନ କରି ଆମେ ଓଡିଆ ସାହିତ୍ୟ ଜଗତରେ ଏକ ନୁଆ ସାହିତ୍ୟ ବିପ୍ଳବ ଆଣିପାରିବୁ ବୋଲି କହିବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ସାହିତ୍ୟ ଅନୁଷ୍ଠାନ ଆମ ସହ ସାମିଲ ହେବେ ବୋଲି ଆଶା ପୋଷଣ କରିଥିଲେ । ସମ୍ପାଦକ ସରୋଜ କୁମାର ଶତପଥୀ ସମ୍ପଦକୀୟ ଅଭିଭାଷଣ ପ୍ରଦାନ କରିବା ସହିତ ସାହିତ୍ୟର ମହାକୁମ୍ଭ ୨୦୨୫ ଆୟୋଜନର ଆଭିମୁଖ୍ୟ ବିଷୟରେ ସୂଚାଇବା ସହିତ ଏହି ଦୁଇ ଗୋଟି ଅନୁଷ୍ଠାନର ମିଳିତ ପ୍ରୟାସ ଆଗାମୀ ଦିନରେ ଅନ୍ୟ ସାହିତ୍ୟ ଅନୁଷ୍ଠାନ ପାଇଁ ପ୍ରେରଣାର ଉତ୍ସ ହେଇ ରହିବ ବୋଲି କହିଥିଲେ ।
ଏହି ଅବସରରେ ଶ୍ରୀ ସରୋଜ କୁମାର ଶତପଥୀଙ୍କ ଅନୁବାଦ ବ୍ୟଙ୍ଗ ସଂଗ୍ରହ “”ଯତୋ ଅଧର୍ମ ତତୋ ଜୟ”, ସୁଜିତ କୁମାର ମିଶ୍ରଙ୍କ ଅନ୍ତର ଆଳାପ, କବି ମଞ୍ଜୁଲତା ନାୟକଙ୍କ ପୁସ୍ତକ ଭାବର୍ପଣ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସେହିପରି ସାହିତ୍ୟର ପ୍ର•ର ପ୍ରସାର ଦିଗରେ କାର୍ଯ୍ୟରତ ୧୦ ଗୋଟି ଯୋଗ୍ୟ ଅନୁଷ୍ଠାନ ମାନଙ୍କୁ ଉକôର୍ଷ ସମ୍ମାନ ପ୍ରଦାନ ସହ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ •ଳନା କରିଥିବା କୃତବିଦ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରଥମ ଅଧିବେଶନ ଥିଲା ଆଲୋଚନାର ପର୍ବ । “ସାହିତ୍ୟ ଅନୁଷ୍ଠାନ ପୃଷ୍ଠଭୂମିରେ ଲେଖକୀୟ ସ୍ୱୀକୃତି ” ଶୀର୍ଷକ ନେଇ ଆଲୋଚନା କରିଥିଲେ ମୁଖ୍ୟ ବକ୍ତା ଡକ୍ଟର ଉମାକାନ୍ତ ପଣ୍ଡା, ବିଶିଷ୍ଟ ବକ୍ତା ଡକ୍ଟର ଦେବାଶିଷ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ କେଶବ ଚନ୍ଦ୍ର ରାଉତ, ପଣ୍ଡିତ ଅକ୍ଷୟ କୁମାର ଦାସ ଓ ସଭାପତି ଡ.ଅଲେଖ ପ୍ରସାଦ ମହାରଣା । ଏହି ଅବସରରେ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦର ମୁଖପତ୍ର “”ପ୍ରୀତି ଲଗ୍ନା” ଅତିଥିମାନଙ୍କ ଦ୍ୱାରା ଉନୋ୍ମଚିତ ହୋଇଥିଲା ।ଆମ ଭାଷା ସାହିତ୍ୟର ଏହି ପବିତ୍ର ଲଗ୍ନର ପ୍ରଥମ ପର୍ଯ୍ୟାୟରେ କବିତା ପାଠ କରାଯାଇଥିଲା । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୨୫୦ ରୁ ଅଧିକ କବି ଓ କବୟିତ୍ରୀ ମାନେ ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରି ପ୍ରଶଂସା ପ୍ରସୂନ ଗ୍ରହଣ କରିଥିଲେ । ସମାରୋହରେ ଓଡିଶାରୁ ୩୫୦ ରୁ ଉର୍ଦ୍ଧ କବି ଓ ଲେଖକ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.