ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାଧାରଣତଃ ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ବିଭିନ୍ନ ସ୍ଥାନରେ ଵହୁଳ ଭାବରେ ପରିବେଷଣ ହେବ। କାରଣ ଏହା ହେଉଛି ଗଞ୍ଜାମ ଜିଲ୍ଲା ର ଐତିହ୍ୟ ପରମ୍ପରା, ଲୋକକଳା ଓ ସାଧାରଣ ସାମାଜିକ ଜିବନ ସହିତ ଜଡିତ।ଏହିଭଳି ଭଞ୍ଜନଗର ଉପଖଣ୍ଡରେ ଗ୍ରାମଠୁ ସହର ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହେବ। ତେଣୁ ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୨୩ ତାରିଖ ୨୦୨୫ ରବିବାର ଦିନ ଭଞ୍ଜନଗର ଥାନାରେ ବିଭିନ୍ନ ଅନୁଷ୍ଠାନ ର ମୁଖ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆମ ପୋଲିସ ସମିତି କର୍ମକର୍ତ୍ତା ଏବଂ ଦଣ୍ଡନାଚ କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ଏସ୍ .ଡି.ପି.ଓ ସୁଜିତ୍ କୁମାର ନାୟକ ଯୋଗଦେଇ କହିଥିଲେ ଯେ, ଚଳିତ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିରେ ଯଦି କୌଣସି ଯାତ୍ରା କମିଟି ଅବମାନନା କରନ୍ତି ତେବେ ସଂପୃକ୍ତ କମିଟି ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଥିଲେ।
ଥାନା ଅଧିକାରୀ ଜିବନାନନ୍ଦ ଜେନା କହିଥିଲେ ଯେ, ଦଣ୍ଡନାଚରେ ରାଜନୀତି କରଣ କରିବା ନାହିଁ। ନିୟମ ଅନୁସାରେ ଯାତ୍ରା କରିବା। ବିଶୃଙ୍ଖଳା ଯେଭଳି ନ ହେବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା। ପୋଲିସ ଏବଂ ସଧାରଣ ଜନତା ମିଶି ଦଣ୍ଡନାଚ କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ପଦକ୍ଷେପ ନିଆଯିବ। ବୈଠକରେ
ସମିତିର ସଭ୍ୟ ଡ .ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ବାଳ, ଅନ୍ତର୍ଯ୍ୟାମୀ ତ୍ରିପାଠୀ , ସମାଜସେବୀ ମୁରଲୀଧର ପଣ୍ଡା,ଜଗଦୀଶ ପାଣିଗ୍ରାହୀ, ଲୋକନାଥ କର, ସନ୍ତୋଷ ଜେନା, ସୁଶାନ୍ତ ମହାପାତ୍ର, ବାସନ୍ତୀ ପାଣିଗ୍ରାହୀ, ବିଷ୍ଠୁ ସେନାପତି, ଏସ୍. ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀ ମହାନ୍ତି, ଲିପିନା ବିଶ୍ବାଳ, ଏ.ଏସ୍.ଆଇ ବିଦେଶୀ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଅନୁପମ ବାନାର୍ଜୀ ସଭାକୁ ସଂଯୋଜନା କରିଥିଲେ। ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.