ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ [ଶାସକ ପ୍ରଶାସକ ]: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ,ରାଇରଙ୍ଗପୁର,ବିଶୋଇ ,ବଂଙ୍ଗିରିପୋଷି, ସାରସକଣା, କୁଳିଅଣା,ବାରିପଦା ବ୍ଲକ୍ ରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ ହୋଇଛି । ଉପୁଡ଼ି ଯାଇଛି ଗଛ, ଉଡିଗଲା ଘରର ଛାତ । ବ୍ୟାପକ କ୍ଷୟକ୍ଷତି ସହିତ କିଛି ଲୋକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି। ତେବେ ଏହି କାଳବୈଶାଖୀ ପ୍ରଭାବରେ ବିଶେଷ ଭାବେ ବିଶୋଇ ବ୍ଳକ୍ ଓ ବାଙ୍ଗିରିପୋଷି ବ୍ଲକ ପ୍ରବଳ ପ୍ରଭାବିତ ହୋଇଛି ବିଶୋଇ ବ୍ଲକ ଅନ୍ତର୍ଗତ ଖଡମ୍ ବେଡା ପଞ୍ଚାୟତ ଓ ଜୁଡିଆ ପଞ୍ଚାୟତର କେତେକ ଗ୍ରାମରେ ଏହାର ପ୍ରଭାବରେ ଜୀବଜନ୍ତୁ ସହିତ ଘରଦ୍ବାର ସମ୍ପୁର୍ଣ୍ଣ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ସୁଚନା ଅନୁସାରେ ଗୁରୁବାର ସନ୍ଧ୍ୟା ପ୍ରାୟ ସାତଘଟିକା ସମୟରେ ଏହି କୁଆପଥର ବୃଷ୍ଟିପାତ ହୋଇଥିଲା । କୁଆପଥର ମାଡ଼ରେ ମୂଷାମାରୀ, କାଦପାଣି, ବାଲିଚୁଆ, ଖଡମ୍ ବେଡା, ରଜାବସା ଦୁଧକୁଣ୍ଡି , ପୁଣ୍ଡିଦା ସହିତ ଅନେକ ଗ୍ରାମର ଆଜବେଷ୍ଟରସ ଓ ଖପର ,ଟାଲି ଘର ଗୁଡ଼ିକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରି କୁଆପଥର ମାଡ଼ ହୋଇଛି ଯେ ଘର ମାନଙ୍କରେ କେବଳ କାନ୍ଥ ରହିଥିବା ବେଳେ ଘରର ଛପର ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଯାହା ଫଳରେ ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଗୃହ ପାଳିତ ପଶୁ ପକ୍ଷୀ ଇତ୍ୟାଦି ନଷ୍ଟ ହୋଇଯାଇଛି। ଗୋଟେ ଗୋଟେ କୁଆପଥର ର ଓଜନ ପ୍ରାୟ ୨୫୦ ଗ୍ରାମ ରୁ ୫୦୦ ଗ୍ରାମ ପାଖା ପାଖି ରହିଥିବାର ଜଣାପଡିଛି । ଏହି କୁଆପଥର ମାଡ଼ରେ ଖଡମ୍ ବେଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହାତ ଆଠ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ର ଜଣାପଡିଛି ଏବଂ ଶତାଧିକ ବ୍ୟକ୍ତି ଆହତ ହେଇଥିବା ର ଦେଖିବାକୁ ମିଳିଥିବା ବେଳେ କିଛି ଯାତ୍ରୀବାହୀ ବସ ର କାଚ ଭାଙ୍ଗି ଥିବାର ଜଣା ପଡ଼ିଛି । ଏହି କୁଆପଥର ବର୍ଷାରେ କ୍ଷୟକ୍ଷତିର ଭରଣା ପାଇଁ ଆଜି ସକାଳୁ ଖଡମ୍ ବେଡା ଛକ ୪୯ନମ୍ବର ଜାତୀୟ ରାଜପଥକୁ ଅଞ୍ଚଳବାସୀ ଅବରୋଧ କରିଥିଲେ । ଦିର୍ଘ ଛଅ ଘଣ୍ଟା କାଳ ଜାତୀୟ ରାଜପଥ ଅବରୋଧ ହୋଇଥିଲେ ସୁଦ୍ଧା ରାଜପଥରେ ଯାତାୟାତ ସ୍ବାଭାବିକ ହୋଇପାରିନ ଥିଲା । ଘଟଣା ସ୍ଥଳରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସହିତ ଉପଖଣ୍ଡ ପୋଲିସ୍ ଅଧିକାରୀ, ବିଶୋଇ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରି ଥିଲେ ସୁଦ୍ଧା କୌଣସି ଶୁ ଫଳ ମିଳି ପାରି ନ ଥିଲା । ପ୍ରଶାସନ ଓ ସମାଜସେବୀ ଗୋଷ୍ଠୀଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସୁଖିଲା ଖାଦ୍ୟ ଦେବା ସହିତ ରନ୍ଧାଖାଦ୍ୟ ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳିଥିଲା। ଏପଟେ ବିଗତ ଦିନମାନଙ୍କରେ ସରକାରଙ୍କ ମିଥ୍ୟା ପ୍ରତିଶୃତି ପାଇଁ ଜନତା ଏବେ ଜିଦ୍ ରେ ଅଟଳ ଥିବା ବେଳେ ସେପଟେ ପ୍ରଶାସନ ନାଚାର ପାଲଟିଥିଲା ଏବଂ ସାଧାରଣ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଥିଲା । ତେବେ ଦିର୍ଘ ସାତ ଘଣ୍ଟା ପରେ ସାଧାରଣ ଜନତା ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକ ହଟିଥିଲା। ତେଵେ ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ଉପସ୍ଥିତ।ରହିବା ସହିତ ବିଧାୟକ ଭାଦବ ହାଁସଦା , ବାଙ୍ଗିରିପୋଷି ବିଧାୟକା ସଞ୍ଚଳି ମୃମୁ , ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଓ ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି।ତେବେ ଆଜି ମାନ୍ୟବର ରାଜତ୍ସ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ପହଞ୍ଚି ସ୍ଥିତି ର ଅନୁଧ୍ୟାନ କରିବା ସହିତ ପରିସ୍ଥିତି ଓ ଯୟ ଯତି ର ଅନୁଧ୍ୟାନ କରି ଯଥା ଶିଘ୍ର ସହାୟତା ଯୋଗାଇ ବା ନିର୍ମିତେ ଆକଳନ କରି ରିପୋର୍ଟ ଦେବାକୁ ପ୍ରସାଶନିକ ଅଧିକାରୀ କୁ ନିର୍ଦ୍ଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.