ଲୁଟେରା ଙ୍କ ଟାର୍ଗେଟ୍ ରେ ଥିଲେ ଏକାଧିକ ବିଦେଶୀ ମଦ ଦୋକାନୀ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ୬ଟି ବିଦେଶୀ ମଦ ଦୋକାନରୁ ଇତି ମଧ୍ୟରେ ଚୋରି ହୋଇଥିଲା। ତାହାକୁ ଆଜି ମାର୍ଚ୍ଚ ମାସ ୨୩ ତାରିଖ ରବିବାର ଦିନ ଭଞ୍ଜନଗର ଥାନା ପରିସରରେ ଖବର ଦାତା ସମ୍ମିଳନୀ ରେ ଖୁଲାସା କରାଯାଇଥିଲା।
ପ୍ରକାଶିତ ତଥ୍ୟ ଅନୁସାରେ,ଦୁର୍ବୃତ୍ତମାନେ ଜିଲାର ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ଭଞ୍ଜନଗର ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମଦ ଦୋକାନରୁ ଚୋରି କରି ଚାଲିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ପାରୁ ନ ଥିଲା। ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲା। ଗତ ୮ ତାରିଖରେ ଦୁର୍ବୃତ୍ତମାନେ ଭଞ୍ଜନଗର ମୁଖ୍ୟ ସଡ଼କରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି କରିଥିଲେ। ଦୁର୍ବୃତ୍ତମାନେ ୯୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ। ଏନେଇ ଦୋକାନ ମାଲିକ ମନୋଜ ସାହୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଭଞ୍ଜନଗର ପୋଲିସ ୨୩୯/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବାରମ୍ବାର ଚୋରି ଯୋଗୁ ବିଭିନ୍ନ ଥାନାର ଅଧିକାରୀଙ୍କୁ ନେଇ ଗଞ୍ଜାମ ଏସ୍‌.ପି ଶୁଭେନ୍ଦୁ କୁମାର ପାତ୍ର ଏକାଧିକ ଟିମ୍‌ ଗଠନ କରିଥିଲେ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ।

ପୋଲିସ ବୈଷୟିକ ଜ୍ଞାନକୌଶଳକୁ ଆଧାର କରି ରବିବାର ୫ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେମାନେ ହେଲେ ହିଞ୍ଜିଳି ଥାନା ବୁରୁପଦାର ବବୁଲୁ ଦଳାଇ, ପୁରୁଷୋତ୍ତମପୁର ଥାନା ଭାଟକୁମାରଡ଼ାର ରଞ୍ଜନ ରାଉଳ, ବୁଗୁଡ଼ା ଥାନା ଅରଖପୁରର ଅରୁଣ ନାୟକ, ଅଜୟ ନାୟକ ଓ ଚିତ୍ରସେନ ଜେନା। ଏଥିସହ ସେମାନଙ୍କଠାରୁ ଗୋଟିଏ କାର ଗାଡ଼ି ସମେତ ଏକ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି। ରବିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଥାନାର ପ୍ରୋବେସନାର ଆଇ.ପି.ଏସ୍‌ ଅଧିକାରୀ ମନୀଷା ସୁଗୁନ ଅଭିଯୁକ୍ତମାନଙ୍କ ଗିରଫ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ଭଞ୍ଜନଗର ଏସ୍‌.ଡି.ପି.ଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ର, ଏସ୍‌.ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀକାନ୍ତ ମହାନ୍ତି, ଲିପିନା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.