ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଶିକ୍ଷା ବିଭାଗ ତରଫରୁ ନୂତନ ଶିକ୍ଷାନୀତି ଅନୁଯାଇ ୬ ବର୍ଷ ପିଲାଙ୍କୁ ଶିଶୁ ବାଟିକାରେ ନାମ ଲେଖାଇବା ପାଇଁ ଅଭିଭାବକ ମାନଙ୍କୁ ସଚେତନ କରାଯାଇଛି। ଏଥିରେ ବିଇଓ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ବୀଣା ମାଝୀ ଓ ସମ୍ମାନିତ ଅତିଥି ଭାବେ ବିଡିଓ ଶରତ ମାଝୀ ଚଚରାଗୁଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟି ଥିଲେ। ନୂତନ ଶିକ୍ଷାନୀତି ଅନୁଯାଇ ୨୦୨୫/୨୬ ନିମନ୍ତେ ଆଗାମୀ ଏପ୍ରିଲ ୨ ତାରିଖରେ ବିଦ୍ୟାଳୟ ମାନଙ୍କରେ ୬ ବର୍ଷ ର ପିଲାଙ୍କ ନାମଲେଖା ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ ହେବ । ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଅଭିନବ ଯୋଜନା ଆରମ୍ଭ କରିଥିବା ବେଳେ ପିଲାଙ୍କୁ ଉତ୍ତମ ଓ ସଂଗଠିତ କରିବା ଏହାର ମୂଳ ଲକ୍ଷ୍ୟ ରହିଛି। ଉକ୍ତ ଖଡ଼ି ଛୁଆଁ ଦିନ ପିଲାଙ୍କ ନାମ ଲେଖା କୁ ସ୍ମରଣୀୟ କରାଯିବା ସହ ଆକର୍ଷଣୀୟ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଡିଓ ଶରତ ମାଝୀ ସହ ବିଇଓ ରଶ୍ମିତା ନେତମ ଘର ଘର ବୁଲି ଅଭିଭାବକ ମାନଙ୍କୁ ପିଲାଙ୍କୁ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଉତ୍ସାହିତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ଭଗବାନ ମାଝୀ, ଚଚରାଗୁଡ଼ା ସିଆରସିସି ଗୁପ୍ତ ପ୍ରସାଦ ନାଗ ସହ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।ସେହିପରି ବ୍ଲକ ର ୧୨ ଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ୬ ବର୍ଷ ର ପିଲାଙ୍କୁ ଶିଶୁ ବାଟିକା ରେ ନାମ ଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post