କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚlୟତ ଅନ୍ତର୍ଗତ ବାହାରଦୁଲକି ଗାଁରେ ଜଣେ ଯୁବକ ଙ୍କୁ କେହି ହତ୍ୟାକରି ଗାଁ ନିକଟରେ ଫୋପାଡି ଦେବା ଘୋଟଣା ୩ଜଣ ଗିରଫ କରି କୋର୍ଟ ଚାଲାଣ କରିଛି କାଶିପୁର ପୋଲିସ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ଲୁଲୁପଦର ଗ୍ରାମର ୪୦ ବର୍ଷୀୟ କୁମାର ସ୍ୱାମୀ ହାଲୁଆ କୁ ତାଙ୍କ ସ୍ତ୍ରୀ ସରଷ୍ପତୀ ହାଲୁଆ ଶଶୁର ସାଧୁ ନାଏକ ଓ ଶୋଳା ଅଜୟ ନାଏକ ହତ୍ୟା କରି ଗାଁ ନିକଟରେ ଫୋପାଡି ଦେଇଥିଲେ । ଏ ନେଇ ଶୁକ୍ରୁଵାର ପରିବାର ପକ୍ଷରୁ କାଶିପୁର ଥାନା ରେ ଅଭିଯୋଗ କରିଥିଲେ।।ଅଭିଯୋଗ କୁ ଆଧାର କରି କାଶୀପୁର ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ତଳରେ ପଂହଁଚି ତଦନ୍ତ କରିଛନ୍ତି।ସନ୍ଦେହରେ କାଶିପୁର ପୋଲିସ ୩ଜଣକୁ ଅଟକ ରଖିଥିଲେ।ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିଲା।
କୁମାରସ୍ବାମି ସିରିପାଇ ପଞ୍ଚାୟତ ଅନ୍ତର୍ଗତ ବାହାର ଦୁଲକି ଗ୍ରାମ ଶଶୁର ଘରକୁ ଆସିଥିବା ବେଳେ ଝୋଗଡା ଜର ଧରିଥିଲା ଉତ୍କଳକ୍ଷିପ୍ତ ହୋଇ ସ୍ତ୍ରୀ ଶଳା ଓ ସ୍ବଶୁର ହତ୍ୟା କରିଥିବା ଶ୍ଵିକାର କରିବା ପରେ ଶନିବାର କୋର୍ଟ ଚାଲାଣ କରିଛି କାଶିପୁର ପୋଲିସ ।
Sign in
Sign in
Recover your password.
A password will be e-mailed to you.