କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ବନ ଦିବସ

0

ସୁବର୍ଣ୍ଣପୁର , ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ରାଉତ ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗଛ ର ଯତ୍ନ ନେବାର ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ l ଜଙ୍ଗଲ କ୍ଷୟ ର କାରଣ ଓ ନିରାକରଣ ବିଷୟ କୁ ନେଇ କୁଇଜ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଜୟୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା l ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇ ଉଦ୍ଦେଶ୍ୟ ଜ୍ଞାପନ କରି ଚଳିତ ବର୍ଷ ର ବାର୍ତ୍ତା ଜଙ୍ଗଲ ଓ ଖାଦ୍ୟ ରହିଛି ବୋଲି କହିଥିଲେ l ସମସ୍ତେ ଜଙ୍ଗଲ ସୁରକ୍ଷା କରିବା ସହ ନିଆଁ ଦାଉରୁ ସୁରକ୍ଷା ଦେବା ଓ ନୂତନ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ l ଛାତ୍ର ଦେବେନ୍ଦ୍ର ବାଦୀ, ପ୍ରୟାସ ନାଏକ, ଆଦିତ୍ୟ ମହାନନ୍ଦ, ରୁପେଶ ମହାକୁର, ସତ୍ୟମ ନାଏକ, ସମ୍ବିତ ପଧାନ, ସ୍ୱଜିତ ନାଏକ ସହଯୋଗ କରିଥିଲେ l ଶେଷରେ ସହକାରୀ ଶିକ୍ଷକ ଶମ୍ଭୁପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.