ଶିଶୁ ମନ୍ଦିର ରେ କଣ୍ଢେଇ ଦିବସ ପାଳିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶୁକ୍ରବାର) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରାରମ୍ଭ ଓ ବୋଧ ଶ୍ରେଣୀର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଣ୍ଢେଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ଶତାଧିକ ଅବିଭାବକ ମାନେ ଏହି କଣ୍ଢେଇ ଦିବସରେ ଅଂଶଗ୍ରହଣ କରିବା ସହ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ମୋବାଇଲ୍ ଏବଂ କାର୍ଟୁନ୍ ର ଏହି ଯୁଗରେ ପିଲାମାନଙ୍କ ମଧ୍ୟରେ କଣ୍ଢେଇ ପ୍ରତି କମିଯାଉଥିବା ରୁଚିକୁ ପୁନଃଜାଗରଣ କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମଟି ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ରଙ୍କ ନେତୃତ୍ୱରେ ତଥା ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ବାବଧାନରେ ପାଳିତ ହୋଇଥିଲା।
ଏହି ଅବସରରେ ଅନୁଷ୍ଠାନର ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଓ ସହ ସମ୍ପାଦକ ଶ୍ରୀ ବିଭୁତି ଭୂଷଣ ରଥ ଉପସ୍ଥିତ ରହି ଶିଶୁମାନଙ୍କ ମାନସିକ ବିକାଶରେ ଓ ଶିକ୍ଷଣ ପ୍ରକ୍ରିୟାରେ କଣ୍ଢେଇ ତଥା ଖେଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତପୋଷଣ କରିଥିଲେ।

Leave A Reply

Your email address will not be published.