ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ମାସରେ କାଶିନଗର ବ୍ଲକ ରାଣିପେଣ୍ଠ ଗ୍ରାମରେ ଏକ ବିବାହ ହେବାକୁ ସ୍ତିର ହୋଇଥିବା ବିଷୟ ଶିଶୁ ବିକାଶ ପକଳ୍ପ ଅଧିକାରୀ କାଶିନଗର ବିଶେଷ ସୂତ୍ରରୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୋଲିସ , ଶିଶୁ ମଙ୍ଗଳ ସମିତି , ଶିଶୁ ସୁରକ୍ଷା ଅଧିକାରୀ , ଚାଇଲ୍ଡ ହେଲ୍ପ ଲାଇନ , ୱାନ ସ୍ଟପ ସେଣ୍ଟର କୁ ପତ୍ର ମାଧ୍ୟମରେ ଜଣାଇଥିଲେ।
ଆଜି ତା ୨୧.୩ ୨୦୨୫ ରିଖରେ ଉପରୋକ୍ତ ସମସ୍ତ ବିଭାଗରୁ ଅଧିକାରୀ ଓ କର୍ମୀ ମିଳିତ ଭାବରେ ରାଣିପେଣ୍ଠ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଯୋଜନା କରିଥିବା ଶିଶୁ ଓ ତାଙ୍କର ପିତାମାତା ଓ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ସାକ୍ଷାତ କରି ଏକ ସଭାର ଆୟୋ ଜନ କରି ବାଲ୍ୟ ବିବାହ କରାଇବା ଏକ ଅପରାଧ ଅଟେ ଓ ଏଥିପାଇଁ ଜେଲ ଯିବାର ବେବସ୍ଥା ରହିଥିବା ବେଳେ ଜୋରିମାନା ଦେବାକୁ ପଡ଼ିଥାଏ ବୋଲି ଶିଶୁ ର ପିତା ମାତା ଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ।
ଶିଶୁର ପିତା ମାତା ନିଜ ଝିଅର ବିବାହ ସ୍ଥିର କରିଥିବା କଥା ସ୍ଵୀକାର କରିଥିଲେ ଏବଂ ନିଜ ଝିଅ ବର୍ତ୍ତମାନ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଆଗକୁ ୧୮ ବର୍ଷ ନ ହେଲା ପର୍ଯ୍ୟନ୍ତ ବିବାହ କରାଇବେ ନାହିଁ ବୋଲି ନିଜେ ଘୋଷଣା କରିବା ସହ ଏକ ସ୍ଵୀକାରଉକ୍ତି ଲେଖି ଦେଇଥିଲେ କି ବର୍ତ୍ତମାନ ତାଙ୍କ ଝିଅକୁ ପାଠ ପଢେଇବେ ଓ ତାର ସମସ୍ତ ଯତ୍ନ ନେବେ। ୧୮ ବର୍ଷ ପୂରଣ ହେଲେ ବିବାହ ଦେବେ ବୋଲି ଜଣାଇଥିଲେ।
ପରେ ପରେ ସମସ୍ତ ଅଧିକାରୀ ଝିଅର ବିବାହ ସ୍ଥିର ହୋଇଥିବା ପୁଅଘର ପୋଳୁରୁ ଗ୍ରାମକୁ ଯାଇ ପୁଅ ଓ ତାଙ୍କର ପରିବାରବର୍ଗଙ୍କୁ ବାଲ୍ୟ ବିବାହ ଏକ ଅପରାଧ ଅଟେ ଝିଅକୁ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବୁଝାଇ ଥିଲେ। ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ପୁଅ ଜଣକ ସମସ୍ତ କଥା ମାନିଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜଣାଇ ଥିଲେ।
ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁର ପିତା ଶିଶୁଙ୍କୁ ଚାଇଲ୍ଡ ହେଲ୍ପ ଲାଇନ ସହଯୋଗରେ ଶିଶୁ ମଙ୍ଗଳ ସମିତି ପାରଳାଖେମୁଣ୍ଡି ନିକଟରେ ଉପସ୍ଥିତ କରାଇଥିଲେ। ଶିଶୁ ମଙ୍ଗଳ ସମିତି ଶିଶୁ ସହ ଆଲୋଚନା କରି ସମସ୍ତ କାଗଜପତ୍ର ସଂଗ୍ରହ କଲାପରେ ଶିଶୁ ର ପିତାଙ୍କୁ କେତେଗୋଟି ସର୍ତରେ ହସ୍ତାନ୍ତର କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post