ସୁନ୍ଦରଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଲେଡିଜ ଓ୍ଵାର୍କର୍ସ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ । ୧୩ ଦଫା ଦାବୀ ନେଇ ଆଙ୍ଗନବାଡି କର୍ମୀ ମାନେ ପ୍ରବଳ ଖରାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀ ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଧମକ ଦେଇଛନ୍ତି। ପ୍ରାୟ ୫୦ବର୍ଷ ହେଲା ଆଙ୍ଗନବାଡି କର୍ମୀ ମାନଙ୍କୁ ସ୍କିମ ଓ୍ବାକର୍ସ ନାମରେ ଶୋଷଣ,ବରିଷ୍ଠତା ଭିତ୍ତିରେ ସୁପରଭାଇଜର ପଦବୀକୁ ପଦୋନ୍ନତି.ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା,ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶୃତି ପାଳନ କରାଯିବା ସହ ୨୦୨୧ରୁ ଦେଇନଥିବା ଅବସର କାଳୀନ ଭତ୍ତା ମୋବାଇଲ ଖର୍ଚ୍ଚବାବଦରେ ବାର୍ଷିକ ୪ ହଜାର ଟଙ୍କା ପ୍ରଦାନଅବସର ସମୟରେ ଏକକାଳୀନ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ମାସିକ ଦରମା ୧୮ ହଜାର ଟଙ୍କା ପ୍ରଦାନ ଭଳି ୧୩ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ। ଅନେକ ବାର ଆନ୍ଦୋଳନ ସମୟରେ ପ୍ରତିଶୃତି ମିଳିଛି ,ନିର୍ବାଚନ ସମୟରେ ସରକାର ମଧ୍ୟ ପ୍ରତିଶୃତି ଦେଇଥିଲା ମାତ୍ର ସବୁ ପାଣିର ଗାର ହୋଇଛି ଏଣୁ ଆଜି ପ୍ରବଳ ଖରାରେ ମଧ୍ୟ ଆମେ ମାନେ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛୁ ବର୍ତ୍ତମାନ ଫିଲ୍ମର ଟ୍ରେଲର ଦେଖାଉଛୁ ଦରକାର ପଡିଲେ ସମ୍ପୁର୍ଣ୍ଣ ଫିଲ୍ମ ଦେଖଅଇବୁ ଏଣୁ ସରକାର ଆମ ଦାବୀ ଶିଘ୍ର ପୁରଣ କରନ୍ତୁ ବୋଲି କହିଛନ୍ତି ଆଙ୍ଗନବାଡି କର୍ମୀ
Sign in
Sign in
Recover your password.
A password will be e-mailed to you.
Next Post