ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁଙ୍କ ସହିତ ଭେଟିଲେ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ

0 1

ଭୁବନେଶ୍ୱର,୧୮/୦୩/୨୦୨୫:କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ୍ ମିଷ୍ଟର ହଗ୍ ବୋଲ୍ୟାନ୍ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ବିଧାନସଭାର କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉତ୍ତରୀୟ ଏବଂ ସ୍ମାରକ ମିଷ୍ଟର ହଗ୍ ବୋଲ୍ୟାନଙ୍କୁ ପ୍ରଦାନ କରିଥିଲୋ
ମିଷ୍ଟର ହଗ୍ ବୋଲ୍ୟାନଙ୍କର ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତା ଏହି ଗସ୍ତ ସମୟରେ ଆଗାମୀ ଦିନରେ ରାଜ୍ୟରେ ବ୍ୟବସାୟିକ ସୁଯୋଗ ଓ ସମ୍ଭାବନା ସମ୍ବନ୍ଧରେ ସେ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ଥ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବୋ
ଏହି ଅବସରରେ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲଙ୍କ ସହିତ ଅଞ୍ଜେଲିନା ନାୟାର ଏବଂ ଅନଘା ନାୟାର ଉପସ୍ଥିତ ଥିଲୋ

 

Leave A Reply

Your email address will not be published.