ସୁନ୍ଦରଗଡ଼:-ମେଡିକାଲ ଛକ ଠାରୁ ରଙ୍ଗାଢିପା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଚାଲୁଛି, ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ ସହ ରାସ୍ତା ମଝିରେ ଡିଭାଇଡର ନିର୍ମାଣ ଚାଲିଛି, ଏହାକୁ ଏବିଆଇ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ କରୁଛି,ଏହି କାର୍ଯ୍ୟ ଅତି ନିମ୍ନମାନ ର ହଉଥିବା ଦେଖିବାକୁ ମିଳିଛି, ଡ୍ରେନ ପାଇଁ ମାଟି ଖୋଳା ପରେ ଚାରି ଇଞ୍ଚ ସିମେଣ୍ଟ କଂକ୍ରିଟ ହେବା ନେଇ ଅଟକଳ ଥିବା ବେଳେ ଗୋଟେ ଇଞ୍ଚ ଲେଖା କଂକ୍ରିଟ ଢାଳି ଠିକାଦାର କାମ ସାରୁଥିବା ସ୍ପଷ୍ଟ ଭାବେ ଦେଖା ଯାଉଛି,କେତେକ ସ୍ଥାନରେ ଡ୍ରେନ ମୁକୁଳା ଅବସ୍ଥାରେ ପଡିଛି,ଅନ୍ୟ ପକ୍ଷରେ ମଝିରେ ତିଆରି ହୋଇଥିବା ଡିଭାଇଡର ଗୁଡିକ ଢ଼ଳେଇ ଦିନ ହିଁ ଭାଙ୍ଗି ଯାଉଥିବା ବେଳେ ତାକୁ ପୁଣି ଆଉଥରେ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି କମ ସିମେଣ୍ଟ ବ୍ୟବହାର ଯୋଗୁଁ ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ଭଙ୍ଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି, ସହର ମୁଖ୍ୟ ରାସ୍ତା ଉପରେ ଏଭଳି ନିମ୍ନମାନ ର କାର୍ଯ୍ୟ ଚାଲୁଥିଲା ବେଳେ ବିଭାଗୀୟ ଯନ୍ତ୍ରୀ ଚୁପ, ଏ ନେଇ ସାଧାରଣ ଜନତା ପ୍ରଶ୍ନ କରିବାରୁ ଠିକାଦାର ନାଲି ଆଖି ଦେଖେଇ, ମନଇଚ୍ଛା କାର୍ଯ୍ୟ କରିବାର ଚାଲିଛି, କିଛି ଦିନ ପୂର୍ବରୁ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାତିରେ ପିଚୁ ଢଳାଗଲା କିନ୍ତୁ ସକାଳେ ପିଚୁ ପରସ୍ତ ପରସ୍ତ ହୋଇ ଉଠି ଯାଇଥିବା ଖବର ସବୁ ଗଣମାଧ୍ୟମରେ ପ୍ରକାଶ ପାଇଲା, ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲେମାଲ ହଉଥିବା ବେଳେ ଯନ୍ତ୍ରୀ -ଠିକାଦାର ମଧୁଚନ୍ଦ୍ରିକା ଯୋଗୁଁ ଜନତା ଭକୁଆ ସାଜିଛନ୍ତି ଆଉ ପ୍ରଶାସନ ଧୂତରାଷ୍ଟ୍ର ସାଜିଥିବା ଦେଖିବାକୁ ମିଳିଛି
Sign in
Sign in
Recover your password.
A password will be e-mailed to you.