ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୭୪ ଅଭିଯୋଗ ପଞ୍ଜିକୃତ, ୨୧ ତତ୍କାଳ ସମାଧାନ

0 1

ଓଡ଼ଗାଁ ୧୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର,ଏସପି ଏସ୍ ସୁଶ୍ରୀ ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ୭୪ ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୬୭ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୫ ଗୋଟି ଗ୍ରାମ ସମୂହ ସମସ୍ୟା ଓ ୧ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ରହିଥିବାବେଳେ ଅନ୍ୟ ଗୋଟିଏ ରେଡ଼କ୍ରସ ସମ୍ବନ୍ଧୀୟ ସମସ୍ୟା ରହିଥିଲା। ଶିବିରରେ ୨୧ଗୋଟି ସମସ୍ୟାର ତତ୍କାଳ ସମାଧାନ ହୋଇଥିଲା। ଅବଶିଷ୍ଟ ମାମଲାଗୁଡିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ରାସନ୍ କାର୍ଡ, କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ଯୋଜନା, ପାନୀୟଜଳ ଯୋଗାଣ,କୃଷି ସହିତ ଅନ୍ୟ ସମସ୍ୟା ସମ୍ପର୍କିତ ସମସ୍ୟା ଗୁଡିକର ଶୁଣାଣି ହୋଇଥିଲା ବେଳେ ଓଡ଼ଗାଁ ଡାକ୍ତରଖାନାରେ ଏକ୍ସରେ ଟେକେନସିଆନ ଥାଇ ଏକ୍ସରେ ମେସିନ୍ ନଥିବା ନେଇ ସାମ୍ବାଦିକ ଅଶୋକ କୁମାର ମହାପାତ୍ର,ସାରସ ମିଶ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ।କୁରାଳ ସେବା ସମବାୟ ସମିତିରେ ଜମା ହୋଇଥିବା ଜମାକର୍ତ୍ତାଙ୍କ ଜମା ଅର୍ଥ ଜମାକର୍ତ୍ତାଙ୍କୁ ପ୍ରଦାନ ନିମନ୍ତେ ଜମାକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଜଣାଇବା ସହିତ କୁରାଳ ସରପଞ୍ଚ ବିଜନ ପାଇକରାୟ କୁରାଳ ଗ୍ରାମରେ ଖୁଲମଖୁଲା ବେଆଇନଭାବେ ମଦବିକ୍ରିକୁ ବିରୋଧ କରି ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ବିଡିଓ ଜିତେନ୍ଦ୍ର କୁମାର ନାୟକ,ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, ସହିତ ଜିଲ୍ଲାର ବିଭାଗୀୟ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.