ବାଗଦେବୀ ପୀଠରେ ନିଆରା ଢଙ୍ଗରେ ପାଳିତ ହେଲା ହୋଲିପର୍ବ

0 1

ଆଷାଢ଼ରେ ହେବ ବାଗଦେବୀଙ୍କ ରତ୍ନମୁଦ

ଓଡ଼ଗାଁ,୧୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚୁପାଣ୍ଡବ ପାହାଡ ପାଦଦେଶରେ ବିରାଜିତ ମା” ବାଗଦେବୀଙ୍କ ପୀଠରେ କୁରାଳ ଗ୍ରାମବାସୀଙ୍କୁ ନେଇ ନିଆରା ଢ଼ଙ୍ଗରେ ପାଳିତ ହୋଇଛି ହୋଲିପର୍ବ । ଏବଂ ବାଗଦେବୀ ମନ୍ଦିରର ବାର୍ଷିକ ଅଧିବେଶନ । ଅବସରପ୍ରାପ୍ତ ଶିକ୍ଷକ ଲଡୁ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମନ୍ଦିର ଟ୍ରଷ୍ଟ ସମେତ ମନ୍ଦିର ଉନ୍ନୟନ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ । ଗ୍ରାମବାସୀ ମାନେ ଦାନକରିଥିବା ଆର୍ଥିକ ଅନୁଦାନର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରାଯିବା ସହ ମନ୍ଦିର ନିକଟରେ ନିର୍ମିତ ହୋଇଥିବା ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଉଦ୍ୟମ ରହିଥିବାରୁ ସଭାରେ ଶ୍ରୀ ସାହୁଙ୍କୁ ପ୍ରଶଂସା କରାଯାଇଥିଲା । ସେଠାରେ ପର୍ଯ୍ୟଟକ ମାନଙ୍କ ନିମନ୍ତେ ହୋଇଥିବା ଆକର୍ଷଣୀୟ ଦୋଳି, ପାନୀୟ ଜଳଯୋଗାଣ ଓ ସେଲଫି ପଏଣ୍ଟ ପାଇଁ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ, ଜିଲ୍ଲାପରିଷଦ ସଭ୍ୟା ଝିଲି ପ୍ରଧାନ ଓ ସମିତିସଭ୍ୟା କନକ ପାତ୍ରଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରାଯାଇଥିଲା । ଏଥି ସହିତ ବାକିଥିବା ମନ୍ଦିରର ଅନ୍ୟାନ୍ୟ କାର୍ଯ୍ୟ ସବୁକୁ ଯଥାଶୀଘ୍ର ଶେଷକରି ଆଷାଢ଼ ମାସରେ ରତ୍ନମୁଦ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟର ରାମେଶ୍ବର ପଣ୍ଡା, ରାମକୃଷ୍ଣ ଦାସ, ପ୍ରଦୀପ କୁମାର ପୃଷ୍ଟି, ଶିବ ପ୍ରସାଦ ଖଟେଇ, ସିମାଞ୍ଚଳ ସାହୁ, ସାନ୍ତାନୁ ଚୌଧୁରୀ, ପାଣୁଚରଣ ଖଟେଇ, ନୀଳକଣ୍ଠ ମିଶ୍ର, ରଜତ ମହାପାତ୍ର ସୁରେଶ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.