ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଆହୁରି ୫୮ ଗୋମାତା ଅକାଳ ମୃତ୍ୟୁ ରୁ ରକ୍ଷା ପାଇଗଲେ କେବଳ ଭଞ୍ଜନଗର ଆରଖି ବାହିନୀ ଙ୍କ କଡ଼ା ପହରା ଯୋଗୁଁ। କହିବାକୁ ଗଲେ ଘୁମୁସର ଅଞ୍ଚଳର ଭଞ୍ଜନଗର କୁ ଗୋରୁ ମାଫିଆ ମାନେ ବେନିୟମ ଗୋରୁ ଗାଈ ଚାଲାଣର ସୁଗମ ଓ ନିରାପଦ ପଥ ଭାବି ପୂର୍ବରୁ ପ୍ରତ୍ୟେକ ଦିନ ଶହ ଶହ ଗାଈଗୋରୁ ଙ୍କୁ ବିଭିନ୍ନ ମାଧ୍ୟମରେ ଏହି ରାସ୍ତାଦେଇ ନେବା ଆଣିବା କରୁଥିଲେ। ଏଥିପାଇଁ ପୂର୍ବରୁ ସାଧାରଣ ରେ ଅନେକ ଅଭିଯୋଗ ଓ ଚର୍ଚ୍ଚା ହୋଇଆସିଛି। ଗୋଟିଏ ଦିନ ପୂର୍ବ ରୁ ୭୧ ରୁ ଉର୍ଦ୍ଧ ଗୋମାତାଙ୍କୁ ସାଧୁସନ୍ଥ, ସମାଜସେବୀ ଓ ସ୍ଥାନୀୟ ଆରଖି ବାହିନୀ ଦ୍ଵାରା ସାରା ରାତି ଉଜାଗର ରହି ଉଧାର ହୋଇଥିବା ସମସ୍ତ ଖବରକାଗଜ ର ଚର୍ଚ୍ଚା ର ବିଷୟ ପାଲଟିଥିଲା। ପୁଣି ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୭ ତାରିଖ ସୋମବାର ୨୦୨୫ ଦିନ ଭଞ୍ଜନଗର ଆରଖି ବାହିନୀ ଦ୍ଵାରା ୫୮ ଗୋଟି ଗୋରୁ ଗାଈ ଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଅକାଳ ମୃତ୍ୟୁ ରୁ ରକ୍ଷା କରାଯାଇଛି। ଏହା କେବଳ ସମ୍ଭବ ହୋଇଛି ଭଞ୍ଜନଗର ଥାନାଧିକାରୀ ଶ୍ରୀମାନ୍ ଜିବନାନନ୍ଦ ଜେନା ଓ ତାଙ୍କ ଟିମ୍ ଦ୍ଵାରା ଭଞ୍ଜନଗର ସହରକୁ ଅପରାଧ ମୁକ୍ତ କରାଇବା ର ସଠିକ୍ ପ୍ରୟାସ ଯୋଗୁଁ। କାରଣ ସହର କୁ ଅପରାଧ ମୁକ୍ତ କରାଇବା ପାଇଁ କଡାକଡି ଚେକିଗ୍ଂ ସମୟରେ ଏପରି ବେନିୟମ ଗୋମାତା ଚାଲାଣ କାରୀ ମଧ୍ୟ ଧରାପଡୁଛନ୍ତି।
ଆଜି ସୋମବାର ଦିନ ୫୮ ଗାଈଗୋରୁ ଙ୍କୁ ଧରି ୫ ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାରୁ ଭଞ୍ଜନଗରସ୍ଥ ଡହ ରାସ୍ତା ଦେଇ ସୋରଡ଼ା ଦହିସିଗିଂ ଅଭିମୁଖେ ଯାଉଥିଲେ। ଏନେଇ ପୋଲିସ୍ ସୂଚନା ପାଇ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରିଛି। ଗିରଫ୍ ହୋଇଥିବା ୫ ଅଭିଯୁକ୍ତ ମଧ୍ୟରେ ନାରାୟଣ ନାଇକ(୧୯) ଲାଠିପଡା, ସୁଦାମ ନାଇକ (୧୮) ଲାଠିପଡା, ଦୟା ନାଇକା (୫୨) ଲାଠିପଡା , ନିରଞ୍ଜନ ନାଇକ(୩୮) ଲାଠିପଡା ଓ ଅନିଲ୍ ନାଇକ(୧୯) କୁଲାଗିଂ ଗାଙ୍ଗପୁର । ସେମାନଙ୍କୁ ଗିରଫକରି କୋର୍ଟକୁ ଚାଲାଣ ହୋଇଥିବା ସୁଚନା ମିଳିଛି। ଏହା ସହିତ ବେନିୟମ ଭାବରେ ଚାଲାଣ ହେଉଥିବା ୫୮ ଗୋରୁ ଗାଈ ଙ୍କୁ ଉଦ୍ଧାର କରାଯାଇ କରଚୁଲି ଆଶ୍ରମରେ ଆଶ୍ରିତ କରାଯାଇଛି। ପୋଲିସ୍ ର ଏପରି ସୁଚିନ୍ତିତ ଆଭିମୁଖ୍ୟ କୁ ନେଇ ସହରର ଜନସାଧାରଣ ଓ ଗୋ ପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post