ବରଗଡ /ବିଜେପୁର :-ବରଗଡ଼ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଐତିହାସିକ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ ସୟାଁ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ କୃଷକ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରୀୟ ସର୍ବମାନ୍ୟ କୃଷକ ନେତା ମାନେ ଯୋଗ ଦେଇଥିଲେ। ରାକେଶ ଟିକାୟତକୁ ସୋହେଲା ଠାରେ ସ୍ୱାଗତ କରି ବିରାଟ ଶୋଭାଯାତ୍ରାରେ ଦଶମାଇଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସିଥିଲେ। ସହର ପଟୁ ମଧ୍ୟ ଆଶିଷ ମିତ୍ତଲ , ସତ୍ୟବାନ ଜି, ଅଫ୍ଲାତୁନ, ଚୌଧୁରୀ ରାଜେନ୍ଦ୍ର, ଜୟତୁ ଦେଶମୁଖ, କ୍ରିଷ୍ନା ମହାନ୍ତି, ରଘୁନାଥ ଦାସ, ଅଶୋକ ପଧାନ ସଂଯୁକ୍ତ କିସାନ ମୋର୍ଚ୍ଚା ନେତା ମାନେ ପାର୍ବତୀ ଗିରି,ଗାନ୍ଧୀ, ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିରାଟ ଶୋଭାଯାତ୍ରାରେ ମଞ୍ଚକୁ ପହଞ୍ଚିଥିଲେ। ସେହିପରି ସୁରେଶ ପାଣିଗ୍ରାହୀ ଏବଂ ବିଜୁ କ୍ରିଷ୍ଣନ କୁ ମଧ୍ୟ ଅତାବିରାରୁ ସ୍ୱାଗତ ସମର୍ଦ୍ଧନା କରି ପଡିଆକୁ ଶୋଭାଯାତ୍ରାରେ ଅତାବିରା କୃଷକ ସଂଗଠନ ସ୍ୱାଗତର ସହ ପାଛୋଟି ଆଣିଥିଲେ। ପରେ ସଂଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇ ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ଲିଙ୍ଗରାଜ ପଧାନ ମଞ୍ଚ ସଂଚାଳନ କରିଥିଲେ ଏବଂ ଅଜିତ ଶତପଥି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତାମାନେ ଏକ ସ୍ୱରରେ ତ୍ରୁଟି ପୂର୍ଣ୍ଣ କୃଷିନୀତି ଏବଂ କମ୍ପାନୀ କରଣ ପ୍ରସଙ୍ଗ ଦୃଢ ସ୍ୱରରେ ଉପସ୍ଥାପନା କରିଥିଲେ। ରାକେଶ ଟିକାୟତ ସଭାକୁ ସମ୍ବୋଧନ କରି କହିଲେ କୃଷକ ମାନଙ୍କ ଯେ ଫସଲ ର ଉଚିତ ମୂଲ୍ୟ ନ ମିଳିବା କାରଣ ରୁ କୃଷକ ଋଣ ଗ୍ରସ୍ତ, ଋଣ ଗ୍ରସ୍ତ ଚାଷୀ ଚାଷ ଛାଡି ଦାଦନ ଯାଉଛି ବା ଆତ୍ମହତ୍ୟା କରୁଛି ସରକାରଙ୍କ ଏହି ଭୁଲ କୃଷିନୀତି ର ମୂଳ କାରଣ ହେଉଛି କର୍ପୁରେଟ କାରଣ ଚାଷୀଙ୍କ ଜମି ନେବା ତାଙ୍କର ଲକ୍ଷ ଅଟେ। ସାରା ଭାରତ ବର୍ଷରେ ସମସ୍ତ କୃଷକଙ୍କ ସମାନ ସମସ୍ୟା ଅଟେ ବୋଲି ବକ୍ତା ମାନେ ସୂଚନା ଦେଇଥିଲେ। ପରେ ବକେୟା ବିଦ୍ୟୁତ ବିଲ ଛାଡ଼, କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ ଜଳସେଚନ ଆଧାରରେ ନେବା ଏବଂ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଲକ୍ଷେ ଚାଷୀ ଲେଖିକରି ଦେବା ପାଇଁ ନିଷ୍ପତ୍ତି ହୋଇଅଛି। କ୍ରିଷ୍ନା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମସ୍ତ ସଂଗଠନର ସମସ୍ତ ସଭାପତି ମାନେ ବକ୍ତବ୍ୟ ରଖିଥିଲେ। ପରେ ବାର ଆସୋସିଏସନ୍, ନିଷ୍ଠା ପରିବାର, ସକଳ୍ପ ପରିବାର ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତଙ୍କ ସ୍ମୁତି ଉଦେଶ୍ୟରେ ପର୍ଯ୍ୟବରଣ ରକ୍ଷା ପାଇଁ ଦଶ ଗୋଟି ଗଛ ଲଗାଯାଇଥିଲା ।ପରେ ଚାଷୀ ନେତା ରମେଶ ମହାପାତ୍ର ଧନ୍ୟବାଦ ଦେଇ ସଭାସଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.