ଶୁଣ୍ଢି ସମାଜର ଜିଲ୍ଲାସ୍ତରୀୟ  ସମାବେଶ

0

ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଠାରେ ଶୁଣ୍ଢି ସମାଜ ର ଏକ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଧବ ବେହେରାଙ୍କ ସଭାପତିତ୍ୱ ରେ ବରଗଡ଼ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

12 ଟି ବ୍ଲକ ର  600 ରୁ ଅଧିକ ସଭ୍ୟ ଯୋଗଦାନ କରିଥିଲେ। ସମାଜ ରେ ଦେଖା ଯାଉଥିବା  ବିଭିନ୍ନ ପ୍ରକାର ସମସ୍ୟା ଓ ତାର ସମାଧାନ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶବ ବ୍ୟବଚ୍ଛେଦ ପରେ ବିନା ବାରଣରେ ଅନ୍ତ୍ୟେଷ୍ଟି କ୍ରିୟା  ସମାପନ, ଟେଲିଫୋନ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ କାର୍ଯ୍ୟଘର ଓ ସମାଜର ବୈଠକ ନିମନ୍ତ୍ରଣକୁ କୁ ବୈଧତା ଓ ସମାଜ ର ବିବାହ ଯୋଗ୍ୟ ପୁଅ ଓ ଝିଅ ମାନଙ୍କୁ  ୱେବସାଇଟ  ପଂଜି କରଣ କରିବା ପାଇଁ ପ୍ରସ୍ତାବ ପାରିତ ହୋଇ ଯାଇଛି। ଏହି ସମାବେଶରେ ରେ ଏକ 15 ଜଣିଆ କମିଟି ମଧ୍ୟ ଗଠିତ ହୋଇଥିଲା। ସୁଧିର ସାହୁ ଓ ଦିଲୀପ ବେହେରାଙ୍କ ସଂଯୋଜନା ରେ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି  ପରିଚାଳନରେ ମୋରାରଜି ସାହୁ, ଶରତ ବେହେରା, ରାଜକୁମାର ଚୌଧରି,ପ୍ରେମ ବେହେରା, ମହାଦେବ ବେହେରା, ଶିବ ବେହେରା, ଅଶୋକ ବେହେରା, ଗଣେଶ ବେହେରା, ବିଳାସ ବେହେରା, ଟୁକୁନୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।

 

Leave A Reply

Your email address will not be published.