258 ଜଣ ଛାତ୍ରଛାତ୍ରୀଙ୍କୁ ବିତରଣ କରାଗଲା ପୋଷାକ ଓ ଜୋତା

0

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ  : ସିହା ପଞ୍ଚାୟତ ଅର୍ନ୍ତଗତ କୋଲାସିଂହ ଖରମଙ୍ଗି ଗ୍ରାମର ଶ୍ରୀମାଶ୍ରୀ ଅରବିନ୍ଦ ନୋଡାଲ ଉ ପ୍ରା ଵିଦ୍ୟାଳୟରେ ପୋଷାକ ଵିତରଣ ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ସିହା ଗ୍ରାମ ପଞ୍ଚାୟତର ସରପଞ୍ଚ ଖଗେଶ୍ୱର  ସେଠି ମୁଖ୍ୟ ଅତିଥି ରୂପେ ଯୋଗଦେଇ  ବିଦ୍ୟାଳୟର ସମାଜ ଗଠନ ଦିଗରେ ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ | ଵିଦ୍ୟାଲୟର ପ୍ରଧାନ ଶିକ୍ଷକ ଵିଜୟ କୁମାର ମଳିକ ବିଦ୍ୟାଳୟକୁ ଦେଶର ସୁସ୍ଥ  ସମାଜ ଗଠନ ର ମୁଖ୍ୟ ଓ ଏହା ଏକ ବିଦ୍ୟାମନ୍ଦିର,ଦେଶର ଭବିଷ୍ୟତ ଉତ୍ତର ଦାୟଦଙ୍କ ଚରିତ୍ର ଗଠନର ପ୍ରମୁଖ ଜାଗା ବୋଲି  ଅଭିହିତ କରିଥିଲେ | ସଭାର ସଭାପତି ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଉନ୍ନତି ପାଇଁ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ମୁଖ୍ୟ ବଳରାମ ବାରିକ,ସହକାରୀ ଶିକ୍ଷକ ଭୀମ ସେନ ନାଏକ ରବିନ୍ଦ୍ର କୁମାର ରାଉତ, ବିଶ୍ୱରଂଜନ ତ୍ରିପାଠୀ, ସହକାରୀ ଶିକ୍ଷୟିତ୍ରୀ  ପ୍ରଭାତୀ ରାଏ, ବନ୍ଦନା ମିଶ୍ର ଲିଲିମା ସାହୁ,  ପ୍ରୀତିଛନ୍ଦା ଵାରିକ, କମିଟି ସଦସ୍ୟ ପରମାନନ୍ଦ ପ୍ରଧାନ, ପ୍ରଦୀପ୍ତ କୁମାର ସାହୁ, ମଧୁ ସାମଲ ଅମରେନ୍ଦ୍ର ଓଝା, ଅନିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ 258 ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ କରାଯାଇଥିଲା | ଶେଷରେ ସହକାରୀ ଶିକ୍ଷକ ରଵିନ୍ଦ୍ର ରାଉତ ଧନ୍ୟବାଦ ପ୍ରସ୍ତାବ ଆଗତ କଲାପରେ ସଭା ଶେଷ ହୋଇଥିଲା |        

Leave A Reply

Your email address will not be published.