କୃଷକ ମହାପଞ୍ଚାୟତ ପାଇଁ ଗାଁ ଗାଁ ରେ ପ୍ରସ୍ତୁତି ବୈଠକ

0 2

ବିଜେପୁର :-ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ବରଗଡ ଜିଲ୍ଲା ସୟାଁ ଖେଳପଡ଼ିଆ ଠାରେ ହେବାକୁ ଥିବା କୃଷକ ମହାପଞ୍ଚାୟତ ପାଇଁ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ର ଗାଁ ଗାଁ ରେ ଜୋରଦାର ପ୍ରସ୍ତୁତି ଚାଲିଛି । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ତରର ଚାଷୀ ନେତା ମାନେ ଆସି ଯୋଗଦେବେ।ସେହିପରି ସୋହେଲା ବ୍ଲକ ଶହୀଦ ମାଧୋ ସିଂ କୃଷକ ସଂଗଠନ ଘେଁସ ତରଫରୁ ମଧ୍ୟ ଅଂଚଳର ବିଭିନ୍ନ ଗ୍ରାମରେ ଜୋରସୋର ରେ ପ୍ରସ୍ତୁତି ବୈଠକ ଚାଲିଛି । ଚାଷୀଙ୍କ ମୁଖ୍ୟ ସମସ୍ୟା ହେଲା ପ୍ରତି ଗାଁରେ ସମସ୍ତ ଜମି କୁ ଜଳସେଚନ କରିବା । ଜଳସେଚନର ସୁବିଧା ନ ଥିବାରୁ ସରକାରଙ୍କ ତରଫରୁ ଗଭୀର ନଳକୂପ ଖୋଲାଯାଇଛି,ଯଦ୍ୱାରା ବିଦ୍ୟୁତ ବିଲ ର ସମସ୍ୟା ବହୁତ ଦେଖାଯାଉଛି । ଏବର୍ଷ ଘେଁସ ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ହୋଇଥିଲା । ଅତିରିକ୍ତ ତହସିଲଦାର ଏବଂ ବ୍ଲକ କୃଷି ଅଧିକାରୀ ଆସି ମରୁଡି ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ମରୁଡି ହୋଇଥିବା ସ୍ୱୀକାର କରିଥିଲେ । ତଥାପି କିନ୍ତୁ ଚାଷୀମାନଙ୍କୁ ଇନପୁଟ ସହାୟତା କିମ୍ବା ଇନ୍ସୁରାନ୍ସ ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ, ଯଦ୍ୱାରା ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀ ମାନଙ୍କ ଦାବୀ ଘେଁସ ଅଞ୍ଚଳକୁ ମରୁଡି ଘୋଷଣା କରାଯାଇ ତୁରନ୍ତ ଇନପୁଟ ଏବଂ ଇନ୍ସୁରାନ୍ସ ଟଙ୍କା ଦିଆଯାଉ । ମହାପଞ୍ଚାୟତ ପାଇଁ ହେଉଥିବା ପ୍ରସ୍ତୁତି ବୈଠକରେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥି, ମାଧୋ ସିଂ କୃଷକ ସଂଗଠନ ର ମୁରଲୀ ଭୋଇ, ପ୍ରଭାତ ସାହୁ, ପ୍ରେମରାଜ ସାହୁ, କ୍ଷୀରୋଦ୍ର ପଟେଲ, ଅରକ୍ଷିତ ମହାକୁଡ଼, ଅରୁଣ ବାରିକ, ପ୍ରକାଶ ତ୍ରିପାଠୀ ଏବଂ ଲକ୍ଷପତି ସାହୁ ଉପସ୍ଥିତ ଥିଲେ l

Leave A Reply

Your email address will not be published.