ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆଜି ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।ଭୈରବ ସ୍ନାତୋକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ ଆନୁଷ୍ଠାନିକ ଭାବେ ଏହି ୮ ଦିନିଆ ତାଲିମ ଶିବିର କୁ ଉଦଘାଟନ କରିଥିବା ବେଳେ ସଂଜୋଜିକା ମନିଷା ସରକାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ୯୨ ଜଣ ଛାତ୍ରୀ ଙ୍କୁ ଦୁଇଟି ଗ୍ରୁପ ରେ ବିଭକ୍ତ କରାଯାଇ ୮ ଦିନ ଧରି ଆତ୍ମ ସୁରକ୍ଷା ଉପରେ ବିଭିନ୍ନ କୌଶଳ ଶିକ୍ଷାଦାନ ଦିଆଯିବ। ମାଷ୍ଟର ଟ୍ରେନର ଭାବେ ପୂର୍ବତନ ଛାତ୍ରୀ ଗଜମୋତି ଭତରା ୮ ଦିନ ଧରି ୯୨ ଜଣ ଛାତ୍ରୀଙ୍କୁ ଆତ୍ମା ସୁରକ୍ଷା ତାଲିମ ପ୍ରଦାନ କରିବେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅଧ୍ୟାପିକା ଉର୍ମିଳା ବ୍ରହ୍ମା ଯୋଗ ଦେଇ ଆଧୁନିକ ସମାଜରେ ତାଳ ଦେଇ ଚାଲିବାକୁ ହେଲେ ଛାତ୍ରୀ ମାନେ ଶିକ୍ଷା ସହ ଆତ୍ମ ସୁରକ୍ଷା କୌଶଳ ଶିଖିବା ନିହାତି ଆବଶ୍ୟକ ବୋଲି କହିଥିଲେ। ବିଶେଷ କରି ନାରୀ ମାନେ ସାମାଜିକ ସୁରକ୍ଷା, ହିଂସା ର ଶିକାର,ଓ ନିର୍ଯ୍ୟାତିତ ହେଉଥିବାରୁ ନିଜ ସୁରକ୍ଷା ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା ଜରୁରୀ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ମର୍ଦ୍ଧକ୍ଷ ନାୟକ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସହ ସଂଯୋଜୀକା ଜ୍ୟୋତ୍ସ୍ନା ମାଝୀ,ଅଧ୍ୟାପିକା ଚନ୍ଦନା ପଣ୍ଡା, ପୁଷ୍ପାଞ୍ଜଳି ସାହୁ, ଅଧ୍ୟାପକ ମହେନ୍ଦ୍ର ଦେବରପଲ୍ଲି ଓ ଦୟାରାମ ମନୋହର ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.