
ପାଇକମାଳ ତା ୧୩-୩ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପଞ୍ଚ ଦିବସୀୟ ପ୍ରସ୍ତୁତି ଶିବିର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧକାରୀ ରାଧେଶ୍ୟାମ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି ଡି ଓ ପ୍ରଫୁଲ୍ଲ କୁମାର ଓଦୁ ଯୋଗଦାନ କରି ପ୍ରାକ୍ ପ୍ରାଥମିକ ଶିକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ର ପରିବେଶ ଘର ପରି ଗଢି ମାତୃ ହୃଦୟ ସହ କାର୍ଯ କରିବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରସନ୍ନ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ।ପାଇକମାଳ ବ୍ଲକର ୪୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଧନକର୍ମୀ ପୁରୁଷୋତ୍ତମ ରାଉତ, ଲିଙ୍ଗେଶ୍ୱର୍ ମୁଟକିଆ, ବ୍ରଜକିଶୋର ଭିଲ ଓ ରଞ୍ଜନ କୁମାର ବାଗ ପ୍ରଶିକ୍ଷଣ ଦେଇଥିଲେ। ବସନ୍ତ ସାହୁ ଙ୍କୁ ମାନପତ୍ର ଓ ପଶିକ୍ଷାର୍ଥି ମାନଙ୍କୁ ପ୍ରମାଣ ପତ୍ର ଦେଇ ମୂଖ୍ୟ ଅତିଥି ସମ୍ମାନିତ କରିଥଲେ।ବାସନ୍ତୀ ମେହେର ସ୍ବାଗତ ସଂଗୀତ ଓ ସନ୍ଧ୍ୟାରାଣୀ ବାଗ ନୃତ୍ୟ ପରିବେଷଣ କରିଥିଲେ।ରଜତ ସାହୁ,ଲଳିତ ବିଶ୍ବାଳ ପଦ୍ମନ ଲାଈ,ଚୂଡ଼ାମଣି ହଂସ,ସଙ୍କୀର୍ତ୍ତନ ଛତର,ଗୋପାଳ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.