ଛାତ୍ରମା ରୁ ଯୁବଙ୍କୁ ଅପହରଣ ପରେ ମରଣାନ୍ତକ ଆକ୍ରମଣ ଘଟଣା,

0 2

 ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ଖୋର୍ଦ୍ଧା ସଦର ଥାନା ପୁଲିସ

ଖୋର୍ଦ୍ଧା (ସେକ ଜାଫର ) ଶାସକ ପ୍ରଶାସକ : ଖୋର୍ଦ୍ଧା ସଦର ଥାନା ଅଧିନସ୍ଥ ଛାତ୍ରମା ଗ୍ରାମ ର ଯୁବକ ସୁବ୍ରତ ସୁନ୍ଦରରାୟ ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି କାର ରେ ଅପହରଣ କରି ନେଇ ମରଣାତ୍ମକ ଆକ୍ରମଣ ପରେ ଜଟଣୀ ଥାନା ଅଧିନସ୍ଥ ଅରୁଗୁଳ ନିକଟସ୍ଥ ଏକ ଜଙ୍ଗଲ ରେ ମୁର୍ମୁର୍ଷ ଅବସ୍ଥା ରେ ଫିଙ୍ଗି ଦେଇ ଚାଲିଯାଇଥିଲେ l ଗତ 9 ତାରିଖ ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ନନ୍ଦପୁର ଗ୍ରାମ ର କିଛି ଅସାମାଜିକ ଯୁବକ ବନ୍ଧୁକ ଓ ଭୁଜାଲି ଦେଖାଇ କାର ରେ ଅପହରଣ କରିନେଇଥିଲେ l ଅପହରଣ ସମୟର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବା ସହିତ ଅଭିଯୁକ୍ତ ମାନଙ୍କ ପରିଚୟ ସ୍ପଷ୍ଟ ଜଣା ପଡ଼ିଥିବାବେଳେ ଖୋର୍ଦ୍ଧା ସଦର ଥାନା ପୁଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନେ କିପରି ଆଗୁଆ ଜାମିନ ପାଇପାରିବେ ସେନେଇ ଚୁପବସି ରହିଥିବା ଅଭିଯୋଗ ହେଉଛି l

ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳ ର ଜୈନକ ପ୍ରଭାବଶାଳୀ ନେତାଙ୍କ ପାଖଲୋକ ହୋଇଥିବା କୁହାଯାଉଛି l ଅଭିଯୋଗ ରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବ୍ୟକ୍ତି ଜଣଙ୍କ ଜଣେ ରାଜସ୍ବ ବିଭାଗ କର୍ମଚାରୀ ହୋଇଥିବା ଜଣାପଡିଛି l ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ନେଇ ଆହତ ଙ୍କ ପରିବାର ତଥା ଛତ୍ରମା ଗ୍ରାମବାସୀ ଆଜି ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦାବୀ କରିଥିଲେ, ନଚେତ ଆଗାମୀ ଦିନ ରେ ସେମାନେ ରାଜ ରାସ୍ତା କୁ ଓହ୍ଲେଇବା ପାଇଁ ବାଧ୍ୟ ହେବେବୋଲି ଚେତାବନୀ ଦେଇଥିଲେ l

Leave A Reply

Your email address will not be published.