କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ବାସୁକି ସ୍ବାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବା ବେଳେ ବରଗଡ ଡି ଆର ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ସମବାୟ ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ବାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା କରିଥିଲେ। ୟୁରିଆ ସାରର ବ୍ୟବହାର ଉପରେଏବଂ ୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ କଟାପାଲି ସମବାୟ ସମିତି ସଭ୍ୟ/ ସଭ୍ୟା ଶ୍ରୀମତୀ ଗୋପୀକା ସ୍ବାଇଁ,ଶ୍ରୀମତୀ ସ୍ନେହଲତା ବାରିକ,ଗଙ୍ଗାଧର ଦାସ,ଅଶ୍ବିନୀ କୁମାର ପଧାନ,ବେଣୁଧର ବାରିକ,ଯାଦବ ପଧାନ, ରଘୁମଣି ପଧାନ,ଦୂତୀଆ ଭୁଏ,ଶ୍ରୀକାନୁ ସ୍ବାଇଁ,ନୀଳମଣି ନାଗ,ବିକ୍ରମ ସାହୁ,ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହେର,କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପଧାନ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ,କଟାପାଳି ସରପଞ୍ଚ ଗଙ୍ଗାଧର ଦାସ,ସମିତି ସଭ୍ୟ ଅରୁଣ ସାହୁ ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ ଅଧିକ ଲାଭବାନ ହୋଇ ସ୍ବାବଲମ୍ବୀ ହୋଇପାରିବେ ସେ ଉପରେ ଉପସ୍ଥିତ ଥୂବା ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ବୋର୍ଡ ସଭ୍ୟ ତଥା କଟାପାଲି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.