ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ଚଣ୍ଡୀସାହି ଆଇସକ୍ରିମ ଫ୍ୟାକ୍ଟ୍ରି କମ୍ପ୍ରେସର ଫାଟି ଯିବାରୁ ମାଲିକ ସହିତ ୨ ଜଣ ଗୁରୁତର ହୋଇପଡ଼ିଥିଲା ବେଳେ ଅନ୍ୟ ଜଣେ ଆହତ ହୋଇଛି । ସେମାନେ ହେଲେ ମାଲିକ ଜନାର୍ଦ୍ଦନ ସାହୁ(୬୪), ଟୁନା ସାହୁ ସାହୁ (୫୬) ଗୁରୁତର ହୋଇଥିବା ବେଳେ ବିଘ୍ନେଶ ସାହୁ(୨୨) ଆହତ ହୋଇଛନ୍ତି। ମଙ୍ଗଳବାର ଆଇସକ୍ରିମ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍ କୈାଣସି କାରଣରୁ ଫ୍ୟାକ୍ଟ୍ରି କମ୍ପ୍ରେସର ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସିଲିଣ୍ଡର ଖଣ୍ଡ ସହିତ ଘରର ଟିଣ ମଧ୍ୟ ଫାଟିଯାଇଥିଲା । ଏବଂ ସିଲିଣ୍ଡର ଖଣ୍ଡ ସହିତ ଟିଣ ଖଣ୍ଡରେ ପାଖରେ ରହି କାମକରୁଥିବା ମାଲିକ ଜନାର୍ଦ୍ଦନ ସାହୁଙ୍କର ୨ ଗୋଡ, ଟୁନା ସାହୁଙ୍କର ବାମ ଗୋଡ଼ ପେଣ୍ଡା ଫାଟି ଗୁରୁତର ହୋଇଥିବା ବେଳେ ବିଘନେସ ସାହୁଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ସେମାନଙ୍କୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଯୋଗେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.