ଦୁର୍ଘଟଣା କୁ ଅପେକ୍ଷା କରିଛି ମେଦନା ଠାରୁ ଏକମ୍ବା ରାସ୍ତା

2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଠାରୁ ଝରିଗାଁ ବ୍ଲକ ଏକମ୍ବା ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣା କୁ ଅପେକ୍ଷା କରିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମିତ ଏହି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ରାସ୍ତା ବିପଦପୂର୍ଣ୍ଣ ରହିଛି।ରାସ୍ତାର ଦୁଇ ପାର୍ଶ୍ଵରେ ମାଟି ବିଛାଇବା ସହ ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ଦୁର୍ଘଟଣା ସମ୍ଭାବନା ରହିଛି। ସୂଚନା ଅନୁଯାଇ ମେଦନା ଠାରୁ ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପର୍ଯ୍ୟନ୍ତ ୪ କିମି ନୂତନ ରାସ୍ତା କରିବାକୁ ଦୀର୍ଘବର୍ଷ ଧରି ଅଞ୍ଚଳବାସୀ ଦାବୀ କରି ଆସୁଥିଲେ। ଡାବୁଗାଁ ବ୍ଲକ ଓ ଝରିଗାଁ ବ୍ଲକ କୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଉଭୟ ବ୍ଲକ ର ଲୋକେ ନିର୍ଭର କରୁଥିବା ବେଳେ ୨୦୨୨/୨୩ ଆର୍ଥିକ ବର୍ଷରେ ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ ନୂତନ ରାସ୍ତା କାର୍ଯ୍ୟ ଆସିଥିଲା । ୪.୧୦୦ ମିଟର ଦୂରତା ଏହି ରାସ୍ତା ପାଇଁ ୧ କୋଟି ୪୬ ଲକ୍ଷ ଟଙ୍କା ବ୍ୟେୟ ବରାଦ କରାଯାଇଥିଲା।ଏଥିରେ କଂକ୍ରିଟ ରାସ୍ତା ୬୧୦ ମିଟର ଓ ପିଚୁ ରାସ୍ତା ୩.୪୯୦ କିମି ନିମନ୍ତେ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଥିଲା। ତେବେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଅବହେଳା ଯୋଗୁ ୬୧୦ ମିଟର କଂକ୍ରିଟ ରାସ୍ତା ହୋଇଥିଲେ ସୁଦ୍ଧା ଯାତାୟାତ ଓ ରାସ୍ତା ର ସୁରକ୍ଷା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ବିଛା ଯାଇ ନାହିଁ। ଏହା ସହ କଂକ୍ରିଟ ରାସ୍ତା ପାର୍ଶ୍ବରେ ଡ୍ରେନ ମଧ୍ୟ ନିର୍ମାଣ ହୋଇ ନାହିଁ। ଯୋ ଦ୍ଵାରା ଏହି କଂକ୍ରିଟ ରାସ୍ତା ଉପରେ ଦୁଇଟି ଚାରି ଚକିଆ ଯାନ ଯାତାୟାତ କରିବା ଅସମ୍ଭବ ହୋଇ ପଡିଥିବା ବେଳେ କୌଣସି ସମୟରେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି। କଂକ୍ରିଟ ରାସ୍ତା ମଧ୍ୟ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ରାସ୍ତା ମଝିରେ ଗର୍ତ୍ତ ସଦୃଶ୍ୟ ରହିଛି। ସରକାର ଲୋକଙ୍କ ଯାତାୟାତ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଠାରେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ ମେଦନା – ଏକମ୍ବା ରାସ୍ତା ର କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ବିଛାଇବା ସହ ଡ୍ରେନ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହୋଇଛି।

Leave A Reply

Your email address will not be published.