ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୩/୨୫ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ନବରଙ୍ଗପୁର ଜିଲ୍ଲା ରଙ୍ଗତୁଳି କଳାକାର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କର୍ସ ଏସୋସିଏସନ୍ ର ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ମିଶ୍ର ଯୋଗ ଦେଇ ବୈଠକ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ବିଶେଷ କରି ରାଜ୍ୟରେ ରଙ୍ଗତୁଳି ଦ୍ଵାରା ବିବାହ ଓ ବ୍ରତ ଘରେ ଚିତ୍ର ଆଙ୍କିବା ,ସାଇନ୍ ବୋର୍ଡ ଓ ବ୍ୟାନର ଚିତ୍ର ମାଧ୍ୟମରେ ସହର ସୋଉନ୍ଦର୍ଯ୍ୟକରଣ ,ପ୍ରାଚୀର ବିଜ୍ଞାପନ,ମନ୍ଦିର ଓ ମୂର୍ତ୍ତୀ କାମ କରି ପରିବାର ପ୍ରତି ପୋଷଣ କରୁଥିବା ରଙ୍ଗତୁଳୀ କଳାକାର ମାନଙ୍କ ଜୀବନ ଜୀବିକା କୁ ସାମାଜିକ ସୁରକ୍ଷା ଅଧିକାରୀ ଦେବା ପାଇଁ ସମସ୍ତେ ଏକତ୍ରିତ ହେବାକୁ କହିଥିଲେ। ପରିବେଶ ଓ ଜୀବିକା ବିନାଶକାରୀ ଫ୍ଲେକ୍ସ ବ୍ୟବହାର ସହ ସରକାର ଯାନ ମାନଙ୍କରେ ହାଇ ସେକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଦ୍ଵାରା ରାଜ୍ୟର ଅଧିକାଂଶ ରଙ୍ଗତୁଳୀ କଳାକାର ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା କହିଥିଲେ। ତେଣୁ ଆଗାମୀ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରୁ ରଙ୍ଗତୁଳି କଳାକାର ମାନେ ନିଜର ୧୨ ଦଫା ନ୍ୟାର୍ଯ୍ୟ ଦାବି ଉପସ୍ଥାପନ ପାଇଁ ବିଧାନ ସଭା ଅଭିଯାନ ସଫଳ କରିବାକୁ କହିଥିଲେ। ୧୨ ଦଫା ଦାବୀ ମଧ୍ୟରେ ରଙ୍ଗତୁଳୀ କଳାକାର ମାନଙ୍କ ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଗଠନ,ବୋର୍ଡ ମାଧ୍ୟମରେ ସୁନିଶ୍ଚିତ କାର୍ଯ୍ୟ ଯୋଗାଇବା ସହ ସାମାଜିକ ସୁରକ୍ଷା ଯୋଗାଇବା,ପେନସନ ପ୍ରଦାନ ସହ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ ଓ ସ୍ଵାଭାବିକ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ରଙ୍ଗତୁଳି କଳାକାର ପରିବାର ର ପିଲାଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଯୋଗାଣ,ବିଶ୍ଵକର୍ମା ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ପ୍ରଦାନ,ହାଇ ସେକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରେ ରୋଜଗାର ହରାଇଥିବା ରଙ୍ଗତୁଳୀ କଳାକାର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି ଦାବି ରହିଛି। ଏହି ବୈଠକ ରେ ମୂରଲୀଧର ଭୂଷଣ, ତ୍ରିପତି ଜେନା, ବି. ସତିଶ,କିଶୋର ପଣ୍ଡା,ପ୍ରହଲ୍ଲାଦ ଗୌଡ଼,ଦଶରଥ ହରିଜନ,ଶ୍ରୀକାନ୍ତ ମାଝୀ,ସୁକାନ୍ତ ଭତରା, ଡମ୍ବୁରୁଧର ଧୂରିଆ,ପୁରୁଷ ତମ ବେହେରା, ଗପ୍ତ କୁମ୍ଭାର,ଗୋପାଳ ଶୌରା ଓ ଭକ୍ତ ସହ ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ୧୦୦ ରୁ ଉର୍ଦ୍ଧ ରଙ୍ଗତୁଳୀ କଳାକାର ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post