ପୋଲିସ କୁ ଖୋଲା ଚେଲେଞ୍ଚ

2

ମୟୁରଭଞ୍ଜ,ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନରେ ଥିବା ଝାରପୋଖରିଆ ସେକ୍ସନ ଅଧିନରେ ରହିଥିବା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଜାମଶାଳା ଠାରେ ରବିବାର ପ୍ରାୟ ରାତ୍ର ୧୨ ଘଟିକା ପରେ ପରେ ୧୦ଟି ୧୧କେ.ଭି ବିଦ୍ୟୁତ ଖୁଣ୍ଟରୁ ଦୁର୍ବୁତ୍ତମାନେ ସମସ୍ତ ବିଦ୍ୟୁତ ତାରକୁ କାଟିନେଇଥିବାର ଦେଖିବାକୁ ମିଳିଛି ,ସୂଚନା ମୁତାବକ ବିଦ୍ୟୁତ ବିଭାଗର ଅଧିକାରୀ:-ଲିପୁନ ରାଉତ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି ।ଝାରପୋଖରୀଆ ଥାନା ରେ ପହଞ୍ଚି ଏବାବଦରେ ଅଭିଯୋଗ କରିଥିଲେ,, ଅଭିଯୋଗ ମୁତାବକ 59/25ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି| ଦୀର୍ଘ ଦିନରୁ ଝାରପୋଖରିଆ ଥାନା ଅଧିନରେ ବିଭିନ୍ନ ଅଞ୍ଚଳରୁ ଚୋରି ହେଉଥିଲେ ମଧ୍ୟ ପୋଲିସର ହାତ ଖାଲି ରହୁଥିଲା | କିନ୍ତୁ ରବିବାର ଦିନ ଝାରପୋଖରିଆ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ତାଙ୍କ ପାଇଁ ଏହା ଚେଲେଞ୍ଜ ହୋଇଛି, | ଶ୍ରୀଯୁକ୍ତ ଆଚର୍ଯ୍ୟ ଏହା ପୂର୍ବରୁ ଜିଲ୍ଲରେ ରହି କାମ କରିବାର ଅଭିଜ୍ଞତା ରହିଛି। ତେବେ ତିନି ରାଜ୍ୟ ସିମାନ୍ତ ହୋଇଥିବାରୁ ଶ୍ରୀ ଆଚାର୍ଯ୍ୟ ଙ୍କୁ ଚେଲେଞ୍ଜ ରହିବ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଯୋର ଧରିଛି, ତେବେ ଆଗକୁ କିପରି ଦାଇତ୍ୱ ତୁଲାଇବେ ତାହା ଦେଖିବାକୁ ବାକି ରହିଲା | 

Leave A Reply

Your email address will not be published.