ବେଲଗୁଣ୍ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ; ଅଭିଯୋଗ ଶୁଣାଇଲେ 85 ଜଣ

2

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସରକାରଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡ଼ିଏମ୍ ଜେନେରାଲ ଡ ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଆଡିସନାଲ୍ ଏସ୍.ପି ରଞ୍ଜନ କୁମାର ଦେ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଡିପିଓ ପ୍ରହଲ୍ଳାଦ ପ୍ରଧାନ, ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ବନମାଳୀ ଶତପଥି, ସିଡ଼ିପିଓ ନଳିନୀ କୁମାରୀ ମହାରଣା, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଡିଏସ୍ଏସ୍ଓ,ଡିଏସ୍ ଡବ୍ଲୁ, ସିଏସ୍ଓ ଙ୍କ ସମେତ ସମସ୍ତ ଲାଇନ୍ ଡ଼ିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ I 85 ଟି ଅଭିଯୋଗ ମଧ୍ୟରୁ ବହୁ ଅଭିଯୋଗ ରାସନ୍ କାର୍ଡ୍ ଏବଂ ଭତ୍ତା ସମ୍ପର୍କିତ ହୋଇଥିବା ବେଳେ ବାଣତୁମ୍ବର କିଛି ଗ୍ରାମାବସୀ ଘର ପଟା ସମ୍ପର୍କିତ ଅଭିଯୋଗ ନେଇ ଆସିଥିଲେ I ଅର୍ଜୁନ ନାୟକଙ୍କ କର୍କଟ ପୀଡିତ ପୁଅ ମୁନା ନାୟକଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ 5000 ଟଙ୍କା ସହଯୋଗ ରାଶି ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତାଙ୍କୁ ଚିକିତ୍ସା ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶୃ୍ତି ଦିଆଯାଇଥିଲା I ସେହିପରି ପାଇଲିପଡାର ଜଣେ ଦିବ୍ୟାଙ୍ଗ ଝିଅକୁ ହୁଇଲ୍ ଚେୟାର ଯୋଗାଇ ଦିଆଯାଇଥିଲା I ଏଥିରେ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Leave A Reply

Your email address will not be published.