ବିଭିନ୍ନ ସ୍ଥାନରେ ଚଢ଼ାଉ କରି, ମନ୍ଦିର ଲୁଟେରାଙ୍କୁ କାବୁ କଲା ନୟାଗଡ଼ ପୋଲିସ

2

ନୟାଗଡ(ବିଶ୍ୱଜିତ ନାୟକ)- ନୟାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା l ବିଭିନ୍ନ ସ୍ଥାନରେ ଚଢ଼ାଉ କରି, ମନ୍ଦିର ଲୁଟେରାଙ୍କୁ କାବୁ କଲା ପୋଲିସ l ଚାରି ଶହ ସିସି କ୍ୟାମେରା ଦେଖିଲା ପରେ ମନ୍ଦିର ଲୁଟେରାକୁ କାବୁ କରିଛି ନୟାଗଡ଼ ପୋଲିସ l ଏ ନେଇ  ନୟାଗଡ଼ ଏସସ୍ପି ଏସ ସୁଶ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ପୁରୁଣା ସହରରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଅଁଳାଚୁଆଁ ଗ୍ରାମର ସୁକାନ୍ତ କର୍ମୀ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଗଡ଼ଭିତର ଗ୍ରାମର ଲକ୍ଷ୍ମୀନାରାୟଣ ନାୟକ, ନୟାଗଡ଼ର ଗୈାରହରୀ ମହାନ୍ତି, ସୁବଣ୍ଣପୁର ଜିଲ୍ଲା ତରଭା ଥାନା ନୂଆପଡ଼ା ଛକର ସାହିଲ ପାତ୍ର ପ୍ରମୂଖ ରହିଛନ୍ତି । ସୁକାନ୍ତ ବିଭିନ୍ନ ମନ୍ଦିରରୁ ଚୋରୀ କରିବା ପରେ ଅନ୍ୟ ତିନି ଜଣ ଅଭିଯୁକ୍ତ ତାଙ୍କଠାରୁ ଚୋରୀ ସାମଗ୍ରୀ କିଣୁଥିଲେ ବୋଲି ଏସସ୍ପି ଏସ୍ ସୁଶ୍ରୀ ସୂଚନା ଦେଇଛନ୍ତି । ଉଭୟ ଚୋରୀ ଘଟଣା ସମ୍ପର୍କରେ ଦେବୋତ୍ତର ବିଭାଗ ସୁପରଭାଇଜର ସୁବାଷ ଚନ୍ଦ୍ର ବରାଡ଼ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା । ନୟାଗଡ଼ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଲାହିଥିବା ଏଆଇ କ୍ୟାମେରା ଫଟୋ ସହ ତାହାକୁ ମିଶାଇ ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା । ନୟାଗଡ଼ ଏଏସସ୍ପି ସନାତନ କାଲୋ, ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ତତ୍ୱାବଧାନରେ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଏହି ଘଟଣାର ତଦନ୍ତ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ତା ସୂଚନା ଆଧାରରେ ଚୋରୀ ସାମଗ୍ରୀକୁ ଉଦ୍ଧାର କରାଯାଇଛି । ଚୋରୀ ସାମଗ୍ରୀ ମଧ୍ୟରେ ୩୨ ଗ୍ରାମ ଓଜନର ୮ଟି ସୁନା ଚିତା, ୧୫ ଶହ ଗ୍ରାମ ଓଜନର ରୂପା ମୁକୁଟ, ନାଗ ମୂର୍ତ୍ତୀ, ନାକଚଣା ଏବଂ ୩୪ କେଜି ଓଜନର ପିତଳ ରହିଛି । ଏହା ସହିତ ଏକ ମୋବାଇଲ ଫୋନ୍‌, ଚୋରୀରେ ବ୍ୟବହୃତ ଆଇରନ ରଡ଼, ଦୁଇଟି ବ୍ୟାଗ ଏବଂ ନଗଦ ୪୦ ହଜାର ଟଙ୍କା ଜବତ ହୋଇଛି ।

Leave A Reply

Your email address will not be published.