ବିଜେପୁର ବି.ଇ.ଓ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

2

    ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବା ବଲ୍ଲଭ ମେହେରଙ୍କୁ ବ୍ଲକ ସି.ଆର.ସି.ସି ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସଂଘ ସଭାପତି ବାସୁଦେବ ପଧାନ ନୂତନ ଭାବେ ଯୋଗଦେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ବି.ଇ.ଓ ସି.ଆର.ସି.ସି ମାନଙ୍କ ସହିତ ବ୍ଲକର ଶୈକ୍ଷିକ ବାତାବରଣ ଉପରେ ଆଲୋଚନା କରିଥିଲେ। ସମସ୍ତଙ୍କ ସହଯୋଗରେ ବ୍ଲକରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ଦିଗରେ ପ୍ରୟାସ କରିବି ଵୋଲି ବିଇଓ ବଲ୍ଲଭ ମେହେର ପ୍ରକାଶ କରିଛନ୍ତି।ବାରଟି କ୍ଲଷ୍ଟରର ସମସ୍ତ ସି.ଆର.ସି.ସି ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟଙ୍କ ଅବସର ପରେ ଦୀର୍ଘଦିନ ହେଲା ବିଇଓ ପଦବୀ ଖାଲି ପଡିଥିଲା। ବିଳମ୍ବ ହେଲେ ସୁଦ୍ଧା ଏଠି ଜଣେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସରକାର ନିଯୁକ୍ତି କରିଥିବାରୁ ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

 

Leave A Reply

Your email address will not be published.