ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ଲୋକନାଥ ରୋଡ଼ ସ୍ଥୀତ ଥାନପତୀ ଶ୍ରୀବାଲାଜୀ ମନ୍ଦିରରେ ନିଶୁଳ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଜଣଙ୍କୁ ଅନୁଷ୍ଠାନିକ ଭାବେ ପରମ୍ପରା ଅନୁଯାଇ ବହ୍ମଚାରୀ କରାଯାଇଛି ।ପୁରୀର ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତଥା ମଠାଧିସ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ମାର୍ଗଦର୍ଶନରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୈଦିକ ରୀତିନୀତିରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଓଡ଼ିଶାର ନୟାଗଡ, ପୁରୀ, ସମ୍ବଲପୁର, କଟକ, ଖୋର୍ଦ୍ଧା, ବଲାଙ୍ଗୀର, ଢେଙ୍କାନାଳ, ବୌଦ୍ଧ, କେଉଁଝର, ଅନୁଗୁଳ ଓ ଦେବଗଡ ଜିଲ୍ଲା ସହ ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟରୁ ମଧ୍ୟ ପିଲାଙ୍କୁ ବ୍ରହ୍ମଚାରୀ କରାଯାଇଛି । ପରେ ବ୍ରହ୍ମଚାରୀ ମାନଙ୍କୁ ଶ୍ରୀବାଲାଜୀଙ୍କ ଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା ମଠର ସନ୍ଥ ସୁଦର୍ଶନ ରାମାନୁଜ ଦାସ ଜୀ ମହାରାଜ ପ୍ରତ୍ୟେକ୍ଷ ପରିଚାଳନା କରିବା ସହିତ ସମସ୍ତ ବ୍ରହ୍ମଚାରୀଙ୍କୁ ଦୀକ୍ଷା ପ୍ରଦାନ କରିଥିବାବେଳେ ସଦସ୍ୟ ତଥା କଟକୀ ମଠର ମହନ୍ତ ଡ଼ ବିଜୟ ନାରାୟଣ ରାମାନୁଜ ଦାସ, ସୁରେଶ ଶର୍ମା, ରମେଶ ଶର୍ମା, କମଳ ଟିବ୍ରେୱାଲ, ବିଷ୍ଣୁ ଜୋଶୀ ଜୀ ଆଦି ସହଯୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post