ଘର ହିଁ ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ

2

 ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ବାଟିକା ବିଭାଗରେ ଘର ହିଁ  ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ  ଡଃ.ସମୀର ମେହେର ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟ କ୍ରମ କୁ ଉଦ୍ଘାଟନ କରି ଶିଶୁ ମାନଙ୍କର କେଉଁ ରୋଗ ବେଳେ କଣ ସବୁ ଖାଇବାକୁ ଦେବାର ସେ ବିଷୟରେ ଆଲୋଚନା କରିଥିଲେ।ଶିଶୁ ବୋଧ ଶ୍ରେଣୀର ଭାଇ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନା ସ୍ବାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରିଥିଲେ ।ଗୀତା ଗୁରୁମା ସଂଯୋଜନା କରିଥିଲେ।ସଙ୍କୁଳ ପ୍ରମୁଖ ଡ.ଦ୍ଵାଦଶ କୁମାର ପଧାନ ଶିଶୁଙ୍କ ଆହାର ବିହାର ପିତା ମାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହାପରେ ନିତୁ ଗୁରୂମା ଓ ଯାମିନି ଗୁରୁମା ସୁଷମ ଖାଦ୍ୟ ପ୍ରସ୍ତୁତି ଉପରେ ଏକ ପ୍ରାୟଗିକ କାଲାଂଶ ନେଇଥିଲେ ।ଏହାପରେ ସୁଜାତା ଗୁରୁମା ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୬୦ ଜଣ ମାତା ପିତା ଯୋଗଦେଇଥିଲେ ।ଶେଷରେ ଏକ  ୫୧ ପ୍ରକାରର ଆହାର ର ପ୍ରଦର୍ଶନୀ କୁ ପ୍ରଦର୍ଶିତ କରାଯାଇଥିଲା।ସମସ୍ତ ଗୁରୁଜୀ ଗରୁମା ଙ୍କ ସହଯୋଗରେ କାର୍ଯ୍ୟ କ୍ରମ ଟି ସଫଳ ହୋଇଥିଲା ।

Leave A Reply

Your email address will not be published.