ଆମେ ଓଳିଆରୁ ଗଜା , ତୁମେ ଯେତେ କହିଲେ ଆମକୁ ଫରକ୍ ପଡିବନି ।

3

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ଏନ୍ ଏ ସି କେତେ ସଫେଇ ଦେଲେ ମଧ୍ୟ ଜନସାଧାରଣ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜନଶ୍ରୁତି ରୁ ଜଣାଯାଏ । ତରବରିଆ ଭାବେ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରି ତାକୁ ଅନୁମୋଦନ ଦେବା ହାସ୍ୟାସ୍ପଦ ର ମୋଡ଼ ନେଇଛି ବୋଲି ଜଣାପଡିଛି। ଜବରଦଖଲ ଉଚ୍ଛେଦ କରାଯିବା
କେତେ ଦୂର ସତ୍ୟ, ତାହା ସମୟ କହିଵ ଯଦି ଏନ୍ ଏ ସି ତୟାର୍ ହେଉଛି ଜବରଦଖଲ ଉଚ୍ଛେଦ କରାଯିବା ପାଇଁ, ତାହା ହେଲେ ଏନ୍ ଏ ସି କୋ ସାହାସ ରେ , ଖଲ୍ଲିକୋଟ ସ୍ଥିତ ଆର୍ଟ କଲେଜର ଜାଗାରେ ମିଶନ ଶକ୍ତି ଗୃହ, ଶିଶୁ ଉଦ୍ୟାନ, ଜବରଦସ୍ତ ରୋଡ଼, କୋଠ ଗୃହ ତିଆରି କରିଛନ୍ତି। ଖଲ୍ଲିକୋଟ ଏନ୍ ଏ ସି ର ୧୨ଟି ଯାକ ୱ।ର୍ଡ ର ଚିହ୍ନଟ କରି ନିଜର ଅକ୍ତିଆରକୁ ନେବା ପାଇଁ ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି। ଖବର ନେବାରୁ ଜଣାପଡିଛି ଯେ, ଏନ୍ ଏ ସି ରେ ଯାହା କାମ ହୋଇ ଯାଇଅଛି , ତାହାର ନଥିପତ୍ର କୁ ଭିଜିଲାନ୍ସ କୁ ଯଦି ହସ୍ତାନ୍ତର କରାଯାଏ, ତାହାର ପ୍ରକୃତ ରହସ୍ୟ ପର୍ଦ୍ଦାଫାଶ ହୋଇପାରିବ ବୋଲି ଜଣାପଡିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେତେକ ନେତୃସ୍ଥାନୀୟ ବ୍ୟକ୍ତି ତଳ ଦିନେ ଥିବା ଜୈନିକ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଫଲ୍ସ ବିଲ୍ ରେ ପେମେଣ୍ଟ୍ ଦେବାକୁ ପ୍ରବର୍ତ୍ତାଇ ଥିଲେ, କିନ୍ତୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ଏକ୍ଷେତ୍ରରେ ଭିଜିଲାନ୍ସ କିମ୍ବା ସିବିଆଇ ଦ୍ଵାରା ତଦନ୍ତ କଲେ, ଅଫିସ୍ ର କଳାକାରନାମା ଲୋକ ଲୋଚନକୁ ଆସିବ ବୋଲି ଜନଶ୍ରୁତି ରୁ ଜଣାଯାଏ।  ରିପୋର୍ଟର ଯେତେବେଳେ ବାରମ୍ବାର ଏନ୍ ଏ ସି ର କାର୍ଯ୍ୟ କଳାପ ଉପରେ ଆଲୋକପାତ କଲେ,
ତାର ପରିଣାମ ସ୍ବରୂପ ବଜେଟ୍ ଅଧିବେଶନର ମୁଖା ଖୋଲିଲା ବେଳକୁ, ସେସବୁ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି ।

Leave A Reply

Your email address will not be published.