ବେଲଗୁଣ୍ଠାରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଓ ଆଧ୍ୟାତ୍ମିକ ପ୍ରବଚନ ସତସଙ୍ଗ କାର୍ଯ୍ୟକ୍ରମ

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା କୋଳିସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ମଠ ପରିଚାଳନା କମିଟି ଆନୁକୂଲ୍ୟାରେ ମଠ ପରିସରରେ ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟରେ ଏକ ଭାଗବତ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଏକ ଭବ୍ୟ ପରିବେଶ ମାଧ୍ୟମରେ କଳସ ଯାତ୍ରା ଓ ଅଧିବାସ, ଘଟସ୍ଥାପନ ଅନୁଷ୍ଠିତ ହୋଇଥିବା ବେଳେ ପରମପୁରୁଷ ଶ୍ରୀକୃଷ୍ଣ କଥାମୃତ ସତସଙ୍ଗ କାର୍ଯ୍ୟକ୍ରମ ଫାଲ୍ଗୁନ ଶୁକ୍ଳ ନବମୀ ଶନିବାର ଠାରୁ ଫାଲ୍ଗୁନ ଦୋଳପୁର୍ଣିମା ଶୁକ୍ରବାର ପର୍ଯ୍ୟନ୍ତ ସପ୍ତାହବ୍ୟାପି ମହା ସମାରୋହରେ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟ ପଣ୍ଡିତ ଭାବେ ଓ ପୁରାଣ କଥାବ୍ୟାସ ନୀଳମାଧବ ପତି ଯୋଗଦେଇଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରବଚକ ସର୍ବଶ୍ରୀ ହରିଚରଣ ଦାସଜି ମହାରାଜ, ପଣ୍ଡିତ ଡ଼ଃ ଅନ୍ନଦା ତ୍ରିପାଠୀ, ପଣ୍ଡିତ ରାମକୃଷ୍ଣ ପତି, ପଣ୍ଡିତ ପିତାମ୍ବର ଦଳବେହେରା, ବିଶିଷ୍ଟ ବାଗ୍ନୀ ନିରଞ୍ଜନ ସାହୁ, ବିଶିଷ୍ଟ କଥାକାର ପଣ୍ଡିତ ହରେକୃଷ୍ଣ ମହାପାତ୍ର,ପଣ୍ଡିତ ସତ୍ୟନାରାୟଣ ଦାଶ ଓ ଜ୍ଞାନନନ୍ଦ ସାଗର ଯୋଗଦେଇ ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତି, ଭାଗବତ କଥା, ମାନସ କଥା ଇତ୍ୟାଦି ଉପରେ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଘୃତଯଂଜ୍ଞ ପଣ୍ଡିତ ପ୍ରଦୀପ କୁମାର ରଥ ଓ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ସମ୍ପନ୍ନ କରିଥିବାବେଳେ ପଣ୍ଡିତ ବସନ୍ତ କୁମାର ନନ୍ଦ ଓ ସୌମ୍ୟ ରଞ୍ଜନ ମିଶ୍ର ସହଯୋଗ କରିଥିଲେ। ଅନ୍ନଯଂଜ୍ଞ ସକାଶେ ଜିତେନ୍ଦ୍ର କୁମାର ପତି ସହଯୋଗ କରିଥିଲେ। ଆଜି କର୍ତା ଭାବେ ସାମ୍ବାଦିକ ଚନ୍ଦନ ସାହୁ ଓ ସହଧର୍ମଣୀ ଯୋଗଦେଇଥିଲେ l ଏହି କାଯ୍ୟକ୍ରମକୁ କୋଳିସାହି ବାସିନ୍ଦା ସମ୍ପୂର୍ଣ ସହଯୋଗ କରୁଛନ୍ତି

Leave A Reply

Your email address will not be published.