ବେଲଗୁଣ୍ଠା ଆଇସିଡିଏସ୍‌ ପ୍ରକଳ୍ପରେ ନବମ ଜାତୀୟ ପୋଷଣ ମାହ ପାଳିତ

13


ବେଲଗୁଣ୍ଠା, ୭/୧୦:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଆଇସିଡିଏସ୍‌ ପ୍ରକଳ୍ପ ପକ୍ଷରୁ ନବମ ଜାତୀୟ ପୋଷଣ ମାହ ପାଳିତ ହୋଇଯାଇଛି। ଏହି ଅବସରରେ ପୋଷଣ, ସ୍ୱାସ୍ଥ୍ୟ, ପରିମଳ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଆର୍ଯ୍ୟ କନ୍ୟା ଗୁରୁକୁଳର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ, ବେଲଗୁଣ୍ଠା ଥାନା ଆଇଆଇସି ରେବତୀ ଶବର, ସିଡିପିଓ ନଳିନୀ ମହାରଣା, ସୁପରଭାଇଜର, ପୋଷଣ ବିସି, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ଏହି ଅବସରରେ ପୋଷଣ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହ ପୋଷଣ ବିସି, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୋଷଣ ଅଭିଯାନକୁ ଅଧିକ ସଫଳ କରିବା ସହ ଶିଶୁ, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦିଆଯାଇଥିଲା।

Leave A Reply

Your email address will not be published.