କାଣ୍ଡେତରା ଗ୍ରାମ ପଂଚାୟତଠାରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ 2013 କୁ ନେଇ  ସାମାଜିକ ସମୀକ୍ଷା

0

ନୂଆପଡା/ ପ୍ରିୟବ୍ରତ ପଣ୍ଡା : ନୂଆପଡା/ପ୍ରିୟବ୍ରତ ପଣ୍ଡା ,ଅଦ୍ୟ ତା 11.01.2019 ରିଖ ଦିନ  କାଣ୍ଡେତରା ଗ୍ରାମ ପଂଚାୟତ ଠାରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ 2013 କୁ ନେଇ  ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଂଚାୟତ ର ସରପଂଚ ଶ୍ରୀଯୁକ୍ତ ସନ୍ତରାମ ସାହୁ  ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ ।ଏହି ବୈଠକରେ ଶ୍ରୀଯୁକ୍ତ ଶ୍ୟାମଲଲ କୁମାର ରାୟ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ,କୋମନା,ଏ ଏନ ଏମ ବବିତା ମୁଣ୍ଡ, ପୁରୁଷ ସ୍ଵାସ୍ଥ୍ୟ କର୍ମୀ ନେତ୍ରମଣି ବାଗ,ସ୍ପ୍ରେଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ଶମ୍ଭୁ ସାହୁ ,ପୂର୍ବତନ ସରପଂଚ ତାତୁରାମ ମଲ୍ଲିକ, ସି ଆର ସି ସି ସୁବଳ ପଣ୍ଡା,ମୂଷାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବନୀ ପାଢ଼ୀ ଅତିଥି ଭାବେ ମଞ୍ଚ।ସିନ ହୋଇଥିଲେ। ଏହା ସହିତ କାଣ୍ଡେତରା ଗ୍ରାମପଞ୍ଚାୟତ ର ସମସ୍ତ ବିଦ୍ୟାଳୟର ଶିକ୍ଷକ, ସମସ୍ତ ଅଙ୍ଗନବାଡି କର୍ମୀ, ସମସ୍ତ ଆଶା କର୍ମୀ ଏହି ଗ୍ରାମସଭାରେ ଯୋଗ ଦେଇଥିଲେ ।ପ୍ରଥମେ ସ୍ପ୍ରେଡ ର ବ୍ଲକ ସଂଯୋଜକ ଦେବରାଜ ଭୋଇ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ ତାପରେ ଅତିଥି ମାନେ  ମହାତ୍ମାଗାନ୍ଧୀ ଙ୍କର ପ୍ରତିମୂର୍ତ୍ତି ରେ ମଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ । ସ୍ପ୍ରେଡ଼ ର ଜିଲ୍ଲା ସଂଯୋଜକ ଶମ୍ଭୁ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସଭାପତି ସଭା କାର୍ଯ୍ୟ ପରିଚାଳନା କରିଥଲେ। 

      ଖାଦ୍ୟ ସୁରକ୍ଷା ଆଇନ -୨୦୧୩ ଅଧୀନରେ ଥିବା 4 ଗୋଟି ଯୋଜନା ଯଥା – ସମନ୍ବିତ ଶିଶୁ ବିକାଶ ସେବା, ସାଧାରଣ ବଣ୍ଟନ ବ୍ୟବସ୍ଥା , ମମତା ଯୋଜନା ଓ ମଧ୍ୟ।ନ୍ନ ଭୋଜନ ଯୋଜନା କୁ ନେଇ କରାଯାଇଥିବା ଯାଞ୍ଚ ପ୍ରକ୍ରିୟା ର ନିଷ୍କର୍ଷ ଉପସ୍ଥାପନ କରାଯାଇଥିଲା। ଏହି ଯାଞ୍ଚ ପ୍ରକ୍ରିୟା ହିତାଧିକାରୀଙ୍କ ଘର ଘର ବୁଲି , ପଲ୍ଲିସଭା ତଥା ଅନୁଷ୍ଠାନ ମାନଂକର ଯାଞ୍ଚ କରାଯାଇ ତଥ୍ୟ ଉପସ୍ଥାପନ ହୋଇଥିଲା । ଏହି ଯୋଜନା ଗୁଡିକ କାର୍ଯ୍ୟକାରୀ ହେବା ପଛରେ ଅନେକ ଗୁଡିଏ ସମସ୍ୟା ରହିଛି ଯେପରିକି ଯାଂଚରୁ ଜଣାପଡିଥିଲା ଯେ ଅଙ୍ଗନବାଡ଼ି  କେନ୍ଦ୍ର ଗୁଡିକର ନିଜସ୍ୱ ଘର , ପାଇଖାନା, ଖାଦ୍ୟ ସଞ୍ଚିତ ଘର, ପାଚେରୀ କାନ୍ଥ , ବିଶୁଦ୍ଧ ପାନୀୟ ଜଳ, ସେହିପରି ବିଦ୍ୟାଳୟ ଗୁଡିକର ରୋଷେଇ ଘର , ସଂଚୟ ଗୃହ, ପାଇଖାନା , ତଥା ପାଚିକା ମାନଙ୍କର ଦୁଇ ତିନି ବର୍ଷର ପାରିଶ୍ରମିକ ନ ମିଳିବା , ମମତା ଯୋଜନା ରେ ଟଙ୍କା ନ ମିଳିବା ଆଦି ଅନେକ ସମସ୍ୟା ରହିଛି ।  କିଛି ଯୋଗ୍ୟ ପରିବାର ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ବେଳେ କିଛି ପରିବାର ଅନ୍ତ୍ୟଦୟ କାର୍ଡ ଜାଗାରେ ପି ଏଚ ଏଚ କାର୍ଡ ପାଇଛନ୍ତି ଓ ଅନେକ ଲୋକ  ରାସନ କାର୍ଡରୁ ବାଦ ପଡିଛନ୍ତି। ସମସ୍ତ ସମସ୍ୟାର ନିଷ୍କର୍ଷ କୁ ଯୋଜନା ଅନୁସାରେ ସରପଞ୍ଚ, ଟିକେଚନ ଶବର ଓ ମାଧୁରୀ ଶବର ଉପସ୍ଥାପନ କରିବା ସହିତ ଗ୍ରାମ ସଭାରେ ଅନୁମୋଦନ କରାଗଲା ଏବଂ ଆଗମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।ଏହି ସାମାଜିକ ସମୀକ୍ଷା ପ୍ରକ୍ରିୟାକୁ ସାତଦିନ ଧରି ମୂଳରୁ ଶେଷ ପର୍ଯ୍ୟନ୍ତ  ପରିଚାଳନା କରିଥିଲେ ସ୍ପ୍ରେଡ ର ବ୍ଲକ ସଂଯୋଜକ ମନୋଜ କୁମାର ମେହେର ।     ଶେଷରେ ଚିନ୍ତାମଣି ଆଡ଼ବଙ୍ଗ ସମସ୍ତଙ୍କୁ  ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.