ସରକାରୀ ଓକିଲ ଶରଦ ଚନ୍ଦ୍ର ସାମନ୍ତ ସମ୍ବର୍ଦ୍ଧିତ 

0

ବାରିପଦା,(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କାର୍ଯ୍ୟରତ ଥିବା ସରକାରୀ ଓକିଲ ଶରଦ ଚନ୍ଦ୍ର ସାମନ୍ତ ଶୁକ୍ରବାର କଟକ ଡିଜି ପୁଲିସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ  ଏକ ସମ୍ମିଳନୀରେ ସମ୍ବର୍ଦ୍ଧିିତ    ହୋଇଛନ୍ତି । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କାର୍ଯ୍ୟରତ ସମୟରେ ତାଙ୍କର ଦକ୍ଷତା ଏବଂ ଖୁବ କମ ଦିନ ମଧ୍ୟରେ କେଶଗୁଡିକୁ ବିଚାର ଭୁକ୍ତ କରାଇ ଅଧିକ ଦଣ୍ଡ ପ୍ରଦାନ କରିବାକୁ ନେଇ ଡିଜି ପୁଲିସ ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଶ୍ରୀସାମନ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୁଲିସ ବିଭାଗର ବିଭିନ୍ନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସମ୍ମିଳନୀରେ ନିଜର ଦକ୍ଷତା ପାଇଁ ଜିଲ୍ଲା ଦୌରାଜଜଙ୍କ କୋର୍ଟର ଶ୍ରୀ ସାମନ୍ତଙ୍କ ସହିତ ଓଡ଼ିଶାର ୫ଜଣ ସରକାରୀ ଓକିଲ ଏବଂ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୯ଜଣ ପୁଲିସ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ତେବେ ସରକାରୀ ଓକିଲ ଶ୍ରୀ ସାମନ୍ତଙ୍କର ଏହି ସଫଳତା ପାଇଁ  ବାରିପଦା କୋର୍ଟ ସହିତ ଜିଲ୍ଲାର ବିଭିନ୍ନ କୋର୍ଟର ସମସ୍ତ ସରକାରୀ ଓକିଲମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.