କେନ୍ଦୁଝର,ତା୭/୩- କେନ୍ଦୁଝର ଜିଲ୍ଲା ବିଜେପି ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟର ବଜେଟ ଉପରେ ଏକ ବୁଦ୍ଧିଜୀବି ସମ୍ମିଳନୀ ଆହ୍ବାନ କରାଯାଇଥିଲା। ସ୍ଥାନୀୟ ନଗରଭବନ ଠାରେ ଅପରାହ୍ନ ୪ ଟା ଏବେ ଏହା ଆରମ୍ଭ ହୋଇଥିଲା। ଏଥର ଡବଲ ଇଞ୍ଜିନ ସରକାର ବଜେଟ ଲାଗି ଦଳ ପକ୍ଷରୁ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବର୍ଗର ବୁଦ୍ଧିଜୀବି ଏହା ସଭାରେ ଯୋଗ ଦେଇ ନିଜ ମତାମତ ରଖିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବଜେଟ ଉପରେ ବ୍ୟାପକ ଆଲେଚନା କରିଥିଲେ। ତେବେ ଦୁଃଖର କଥା ସେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲା ବେଳେ ପ୍ରଶ୍ନ କର୍ତ୍ତା ଅଧିକାଂଶ ଉତ୍ତର ବେଳେ ଚାଲି ଯାଇଥିଲେ। ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଭାବେ ଏହି ଦୁଇ ବଜେଟକୁ ଲୋକ ପ୍ରିୟ ପ୍ରଜା ମଙ୍ଗଳକାରୀ ବୋଲି ଅଭିହିତ କରୁଥିଲେ। ତେଣୁ ଦଳ ମତ ଉର୍ଦ୍ଧ୍ବରୁ ଉଠି ସମସ୍ତେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଲୋକେ ସ୍ଥାୟୀ ନିଯୁକ୍ତି, ଷ୍ଟିଲ ପ୍ଲାଣ୍ଟ,ବେକାରୀ,ଧରଣୀଧର ବିଶ୍ଵବିଦ୍ୟାଳୟ ଓ ମେଡିକାଲ ଅସୁବିଧା କଥା କହିଥିଲେ। କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ଭକ୍ତ ବତ୍ସଳ ମହାନ୍ତି ଜଳ ସଂରକ୍ଷଣ ଓ ଜଳ ଅମଳ କଥା କହିଥିଲେ। ସେହିପରି ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ସାହୁ ଜୈବ ଚାଷ ଜିଆ ଖତ ଉପରେ ଜୋର ଦେବାକୁ ଅନୁରୋଧ କରି ଚାଷୀ ସମସ୍ୟା ଉଠାଇ ଥିଲେ। ଅନ୍ୟତମ ଅତିଥି ରୂପେ ସାଂସଦ ଶ୍ରୀ ଅନନ୍ତ ନାୟକ ସମସ୍ତ ଦାବିକୁ ଗ୍ରହଣ କରି ବଜେଟ କାର୍ଯ୍ୟକାରୀ କରି ଜିଲ୍ଲାକୁ ଏକ ନଂ କରିବାକୁ ସମସ୍ତଙ୍କ ସହଯୋଗ ଆଶା କରିଥିଲେ। ସେ ପ୍ରାଞ୍ଜଳ ଭାବେ ବଜେଟକୁ ବୁଝାଇ ଥିଲେ।
ସେହିପରି ମଞ୍ଚାସୀନ ଅତିଥି ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ବଜେଟ ସୁଫଳ ଜନତା ଜଲଦି ପାଇବେ କହି ବ୍ୟାପକ ଚର୍ଚ୍ଚା କରିଥିଲେ। ପାଟଣା ବିଧାୟକ ଓ କେନ୍ଦୁଝର ଗଡ଼ ପୌର ପରିଷଦ ଅଧ୍ୟକ୍ଷା ନୀକୁ ସାହୁ ମଧ୍ୟ ବଜେଟ ଉପରେ ଅଭିଭାଷଣ ରଖିଥିଲେ। ମଞ୍ଚରୁ କେନ୍ଦୁଝର ଜିଲ୍ଲା ଭାଜପା ସଭାପତି ଶ୍ରୀ ଶୁକଦେବ ମହାନ୍ତ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏହି ସଭାକୁ ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀ ଅନୁବ୍ରତ ବେହେରା ପରିଚାଳନା କରିଥିଲେ। ବାସ୍ତବରେ ବଜେଟରେ ଅନେକ ବ୍ୟବସ୍ଥା ହୋଇଛି ତେବେ ସାଧାରଣ ଲୋକେ ସେ ବିଷୟରେ ଜାଣି ସୁବିଧା ହାସଲ କରିବା ଉଚିତ୍, ତେଣୁ ବଜେଟ ନେଇ ତଳ ସ୍ତରରେ ବ୍ୟାପକ ଆଲୋଚନା ହେବା କଥା ବୋଲି ମତ ପ୍ରକାଶ ପାଇଥିଲା। ଲୋକେ ସଚେତନ ହୋଇ ସହଯୋଗ କଲେ ବଜେଟ ତଳ ସ୍ତରରେ ପହଞ୍ଚିବ ବ୍ୟବସ୍ଥା ହୋଇଥିବା ଟଙ୍କା ଠିକ୍ ଭାବେ ଖର୍ଚ୍ଚ ହୋଇ ପାରିବ। ଶେଷରେ ଧନ୍ୟବାଦ ଅର୍ପଣ ପରେ ସଭା ଶେଷ ହୋଇଥିଲା।