ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ 54 ତମ ଜାତୀୟ ସୁରକ୍ଷା ସପ୍ତାହଏବଂ’ଲାଇନମେନ୍ ଡେ’ ପାଳିତ

3

ବୁର୍ଲା : କର୍ମକ୍ଷେତ୍ରରେ ନିରାପଦ ପରିବେଶ ଓ ସମସ୍ତ ପ୍ରକାର ଦୁର୍ଘଟଣା ପ୍ରସଙ୍ଗରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲକ୍ଷ୍ୟ ନେଇ ପ୍ରତିଥର ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ 4 ତାରିଖରୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ 54 ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଅଛି । ଚଳିତ ବର୍ଷ ପାଇଁ ଜାତୀୟ ସୁରକ୍ଷା ସପ୍ତାହର ପ୍ରସଙ୍ଗ ରହିଛି- ”ନିରାପତ୍ତା ଏବଂ ସ୍ୱାସ୍ଥ୍ୟ-ଏକ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” ।
ଏହି ସୁରକ୍ଷା ସପ୍ତାହର ଉଦଘାଟନୀ ଦିବସ ଅସବସରରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ବିଦ୍ୟୁତ ଭିତ୍ତିଭୂମିକୁ ସୃଦୃଢ କରିବା ଏବଂ ଅଭାବନୀୟ ବିଦ୍ୟୁତ ଦୁର୍ଘଟଣାକୁ ରୋକିବା ଲାଗି ୨୪ ଘଣ୍ଟା ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥପର ଭାବେ କାର୍ଯ୍ୟରତ ଥିବା ବିଦ୍ୟୁତ୍ ସେବାର ବୀର ଯୋଦ୍ଧାଙ୍କ ସମ୍ମାନାର୍ଥେ ‘ଲାଇନମେନ୍ ଦିବସ’ ପାଳନ କରାଯାଇଅଛି ।
ଏନେଇ କମ୍ପାନୀର ବୁର୍ଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ବିରାଟ ସମାବେଶ ଆୟୋଜନ କରାଇଅଛି । ଏହି ସଭାରେ କମ୍ପାନୀର ଅପରେସନ୍ ବିଭାଗର ମୁଖ୍ୟ ଶ୍ରୀ ଆଶିଷ କୁମାର ପାଟ୍ଟଯୋଶୀ, ବାଣିଜ୍ୟ ବିଭାଗର ମୁଖ୍ୟ ପି.ପି ତେନ୍ଦୁଲକର, ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀ ଗୋପବନ୍ଧୁ ଶତପଥି, ଅର୍ଥ ବିଭାଗର ମୁଖ୍ୟ ଶ୍ରୀ ସତିଶ୍ କୁମାରଙ୍କ ସମେତ କମ୍ପାନୀରେ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ ।
ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଟାଟା ସମୂହ ସଂସ୍ଥାର ଏକ ଅଂଶୀଦାର ଭାବେ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ପ୍ରଦାନ ସ୍ୱରୂପ ଆବଶ୍ୟକ ଜ୍ଞାନ ଏବଂ ଉପକରଣ ସହିତ ଏହାର କର୍ମଚାରୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥାଏ । ଏହି ପ୍ରସଙ୍ଗରେ କମ୍ପାନୀ ବରିଷ୍ଠ ଅଧିକାରୀମାନେ ନିଜ ନିଜର ମତ ପ୍ରକାଶ କରିଥିଲେ ।
ସେହିପରି କମ୍ପାନୀର ବୁର୍ଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ବ୍ୟତିତ ସମସ୍ତ ମଣ୍ଡଳ ଏବଂ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ୟ ‘ଲାଇନମେନ୍ ଦିବସ’ ପାଳନ କରାଯାଇଅଛି ।

 

Leave A Reply

Your email address will not be published.