କେନ୍ଦୁଝର,ତା୬/୩- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ୧୯୯୩ ମସିହାରୁ ପାଳନ କରାଯାଉଛି। ବିଜୁ ବାବୁ ଶ୍ରମିକଙ୍କୁ ୨୫ ଟଙ୍କା ମଜୁରୀ ମହିଳାଙ୍କୁ ପଞ୍ଚାୟତ ସ୍ତରରେ ନିର୍ବାଚନ ଲଢ଼ିବାକୁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଗ୍ରାମ ପଞ୍ଚାୟତର ଉନ୍ନତି ଲାଗି ସେ ଅନେକ ବଳିଷ୍ଠ ପଦେକ୍ଷପ ନେଇଥିଲେ। ତେଣୁ ତାଙ୍କର ଜନ୍ମଦିନକୁ ସେ ପଞ୍ଚାୟତ ପ୍ରତି ସମର୍ପଣ କରିଥିଲେ ଯାହାକୁ ରାଜ୍ୟରେ ସମସ୍ତେ ମାନି ନେଇ ପାଳନ କରୁଥିଲେ। କିନ୍ତୁ ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ହଠାତ୍ ପଂଚାୟତରାଜ ଦିବସକୁ ଅପ୍ରେଲ ୨୪ ତାରିଖକୁ ଘୁଞ୍ଚାଇ ଦିଆଗଲା। ଯାହାକୁ ନେଇ ରାଜ୍ୟ ମୁଖ୍ୟ ବିରୋଧୀ ଦଳ ତୀବ୍ର ପ୍ରତିବାଦ କରିଛି। ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି କି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ନାମରେ ନବୀନ ପଟ୍ଟନାୟକଙ୍କୁ ଚିଠିରେ ଡାକିଥିଲେ ଯାହା ଖୁବ୍ ଅସୁନ୍ଦର ଥିଲା। ମାନ୍ୟବର ବିରୋଧୀ ଦଳ ନେତାଙ୍କୁ ଏହି ଚିଠିରେ ସମ୍ବୋଧନ ଠିକ୍ ନଥିଲା ଯେପରି ନବୀନ ବାବୁ ଆସ ତୁମ ବାପାଙ୍କ ଜନ୍ମ ଦିନ ପାଳିବା ଭଳି ଲାଗିଥିଲା ଯାହା ଦୁଃଖଦାୟକ ଥିଲା। ତେଣୁ ନବୀନ ପଟ୍ଟନାୟକ ସରକାରୀ ଉତ୍ସବକୁ ନଯାଇ ଭଲ କଲେ ବୋଲି ସେମାନେ କହିଥିଲେ। ତେଣୁ କେନ୍ଦୁଝର ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ବିଜେଡ଼ି କର୍ମକର୍ତ୍ତା ମାନେ ପୁଷ୍ପମାଲ୍ୟ ଅର୍ପଣ ପରେ ସେଠାରେ ଧାରଣା ଦେଇ ପ୍ରତିବାଦ କରିଥିଲେ। ମୋହନ ସରକାରର ସେମାନେ ତୀବ୍ର ନିନ୍ଦା କରି ବିଜୁ ବାବୁଙ୍କ ମୂର୍ତ୍ତିର ମୁଣ୍ଡ କରିଥିବା ଅପରାଧୀଙ୍କୁ ତୁରନ୍ତ ଦଣ୍ଡିତ କରିବାକୁ ଦାବି କରିଥିଲେ। ଏହି ଧାରଣାରେ ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ କେନ୍ଦୁଝର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୀନା ମାଝୀ, ଉପ ନଗରପାଳ ବରଦା ପ୍ରସନ୍ନ ଦାସ,ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ଆଦି ଯୋଗ ଦେଇଥିଲେ। ଅନେକ ବିଜେଡି ନେତା ଓ କାଉନସିଲର ଆସି ନଥିବାରୁ ସେମାନେ ବିଜେପି ମୁହାଁ ହେଉଥିବା ଆଲୋଚନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.