ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୫/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ବ୍ଲକ କାର୍ଯ୍ୟାଳୟ ପରିସରରୁ ଆଜି ସୁଭଦ୍ରା ଯୋଜନା ନେଇ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଆଗାମୀ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ଏହି ସୁଭଦ୍ରା ଯୋଜନା ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସିଡିପିଓ ମିନତି ଦାସ ସହ ଅଙ୍ଗନୱାଡି କର୍ମୀ,ଆଶାକର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏଥିରେ ସାମିଲ ହୋଇ ବିଭିନ୍ନ ପ୍ଲା କାର୍ଡ ଧରି ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ। ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ କରିବା ପାଇଁ ମୋହନ ମାଝୀଙ୍କ ବିଜେପି ସରକାର ଯୁଗାନ୍ତ କାରୀ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଥିଲେ। ଏଥିରେ କୋଟିଏ ରୁ ଉର୍ଦ୍ଧ ମହିଳା ସେମାନଙ୍କ ପ୍ରଥମ କିସ୍ତି ପାଇ ସାରିଥିବା ବେଳେ ଆଗାମୀ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସରେ ସୁଭଦ୍ରା ପାଇଁ ଆବେଦନ କରିଥିବା ମହିଳା ଙ୍କ କିସ୍ତି ରାଜ୍ୟ ସରକାର ପ୍ରଦାନ କରିବେ। କଥା ଦେଇ କଥା ରଖିଥିବା ରାଜ୍ୟର ବିଜେପି ସରକାରଙ୍କୁ ମହିଳା ମାନେ ଧନ୍ୟବାଦ ଦେଉଥିବା ପ୍ରଚାର କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.