ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ଅସମ୍ମାନ ବିରୁଦ୍ଧରେ ବିଜେଡି ଦଳ ତରଫରୁ ପ୍ରତିବାଦ ସଭା

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ରାଜ୍ୟର ବିଜେପି ସରକାର ଅସମ୍ମାନ କରିଥିବା ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା,ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମହୋନ ମାଝୀ ଙ୍କ ବିଜେପି ସରକାର ଉପରେ ବର୍ଷିଥିଲେ। ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଓଡ଼ିଶା ବାସୀ ଙ୍କ ପ୍ରତି ଅବଦାନ ଅତୁଳନୀୟ ଅଟେ। ତାଙ୍କ କାର୍ଯ୍ୟକାଳ ସମୟରେ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ସଶକ୍ତି କରଣ କରିବାକୁ ବିଜୁ ପଟ୍ଟନାୟକ ସ୍ଵତନ୍ତ୍ର ପଦକ୍ଷେପ ନେଇଥିଲେ।ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ମାର୍ଚ୍ଚ ୫ ତାରିଖ ରେ ଗତ ୪ ଦଶନ୍ଧି ଧରି ଓଡ଼ିଶା ବାସୀ ପାଳନ କରି ଆସୁଥିବା ବେଳେ ଉକ୍ତ ଦିନ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରଚଳନ କରି ସୁଶାସନ ବ୍ୟବସ୍ଥା କୁ ସୁଦୃଢ଼ କରିଥିଲେ। ସାରା ରାଜ୍ୟବାସୀ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଅତୁଳନୀୟ ଅବଦାନ ପାଇଁ ମାର୍ଚ୍ଚ ୫ ତାରିଖରେ ସରକାରୀ ଛୁଟି ପାଳିତ ହୋଇ ଆସୁଥିଲା। ତେବେ ରାଜ୍ୟରେ ବିଜେପି ନେତୃତ୍ଵାଧୀନ ମୋହନ ମାଝୀ ଙ୍କ ସରକାର ବିଜୁ ଜୟନ୍ତୀ ରେ ପୂର୍ବରୁ ଚାଲି ଆସୁଥିବା ପ୍ରଥା କୁ ବନ୍ଦ କରିଥିବା ବେଳେ ସରକାରୀ ଛୁଟି କୁ ମଧ୍ୟ ବନ୍ଦ କରି ଓଡିଶା ବାସୀ ଙ୍କୁ ପ୍ରତାରଣା କରିଥିବା କହିଥିଲେ। ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରିଥିବାରୁ ତୁରନ୍ତ ବିଜୁ ଜୟନ୍ତୀ ରେ ସରକାରୀ ଛୁଟି କୁ ପୁନଃ ପ୍ରଚଳନ କରାଯାଉ ବୋଲି କହିଥିଲେ। ଏହାପରେ ବିଜେଡି ଦଳ ତରଫରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ଏହି ପ୍ରତିବାଦ ସଭାରେ ବିଜେଡି ବ୍ଲକ ଉପ ସଭାପତି ପି ନାଗା ରାଓ,ଶିବ ପ୍ରସାଦ ମିଶ୍ର, ଜୁନାପାଣି ସରପଞ୍ଚ ଦୟାନିଧି ଭତରା, ଅଂଚଳା ସରପଞ୍ଚ ରମେଶ ମାଝୀ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ହୀରନ୍ୟ ମାଝୀ,ଜି ପ୍ରକାଶ ରାଓ,ଆର ପ୍ରକାଶ ରାଓ,ବିକ୍ରମ ଗୌଡ଼,ବିନୋଦ ପଟ୍ଟନାୟକ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.