ନବରଙ୍ଗପୁର ତା ୬.୩.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା ଦକ୍ଷତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଙ୍କ ସମେତ ସି ଡି ଏ ଓ , ଡି ଏସ ଡବ୍ଲୁ ଓ ,ସି ଡି ଭି ଓ,ଡି ଏଫ ଓ, ଡି ଆଇ ପି ଆର୍ ଓ, ଓରମାସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ,ଆଇ ଟି ଆଇ ଏବଂ ପୋଲିଟେକ୍ନିକ୍ ଅଧ୍ୟକ୍ଷ, ଟ୍ରେନିଂ ପ୍ରଦାନକାରି ସଂସ୍ଥା ଗାୟତ୍ରୀ ଏଡୁକେସନ ଏଣ୍ଡ ଚାରିଟେବୁଲ, ଓରିକ୍ସ ସଂସ୍ଥା ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ ବୈଠକ ୨୦୨୪-୨୫ ଆର୍ଥିକ ବର୍ଷରେ ନିଆଯାଇଥିବା ବିଭିନ୍ନ ନିଯୁକ୍ତି ସମ୍ଭଧୀୟ ପଦକ୍ଷେପ, ତାଲିମ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ତମାନ ବିଭିନ୍ନ ସଂସ୍ଥା ରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀ ଯେଭଳି ନିଯୁକ୍ତି ସଂସ୍ଥାରେ ଦୀର୍ଘଦିନ ଧରି କାର୍ଯ୍ୟ କରିବେ, ଜିଲ୍ଲାରୁ ଅଧିକ ରୁ ଅଧିକ କର୍ମ ସଂସ୍ଥାନ ପାଇବେ ସେଥିପାଇଁ ଆବଶ୍ୟକ ତାଲିମ ଦେବାକୁ ଓ ଯୁବକ ଯୁବତୀ ମାନଙ୍କୁ ପ୍ରୋତ୍ସାହନମୂଳକ ପରାମର୍ଶ ଓ କାଉନସେଲିଂ ବ୍ୟବସ୍ଥା କରିବାକୁ ଗୁରୁତ୍ବ ଦେଲେ।
ଜିଲ୍ଲା ନିୟୋଜନ ଅଧିକାରୀ ପି ପି ଟି ( ଏଲ ଇ ଡି ସ୍କ୍ରିନ୍) ମାଧ୍ୟମରେ ନାନୋ ୟୁନିକୋର୍ନ ଏସେସମେଣ୍ଟ , ପି ଏଲ୍ ଟି ପି,ପି ଏମ ଇଣ୍ଟର୍ନସିପ , ନୁଆ ଓଡ଼ିଶା,୪ .୦ସ୍କିଳିଂ ପ୍ରୋଗ୍ରାମ, ଜାପାନ ରେ ନର୍ସିଂ ନିଯୁକ୍ତି,ୱାଲ୍ଡ ସ୍କିଲ ସେଣ୍ଟର୍ ରେ ତାଲିମ, ଜବ୍ ଡ୍ରାଇଭ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ।ନଭେମ୍ବର ୨୦୨୪ ରୁ ଫେବୃଆରୀ ୨୦୨୫ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଦ୍ୱାରା ୧୬୧ ଜଣ ନିଯୁକ୍ତି ପାଇଥିବା ଗୃହରେ ସୁଚନା ଦିଆଯାଇଥିଲା।ଗାୟତ୍ରୀ ଏଡୁକେସନାଲ ଏବଂ ଚାରିଟେବୁଲ ସଂସ୍ଥା ଦ୍ୱାରା ନବରଙ୍ଗପୁର ଓଉମରକୋଟ କାରାଗାରରେ ଏଲ ଇ ଡି ଟେକ୍ନିକାଲ,ରାଇଘର ଓ ଉମରକୋଟ ଆଇ ଟି ଆଇ ଠାରେ ସୋଲାର ପ୍ୟାନେଲ ଏବଂ ମୋବାଇଲ ହାର୍ଡୱେର ମରାମତି ଉପରେ ତାଲିମ ଦିଆଯିବ।ସେଭଳି ଓରିକସ୍ ସଂସ୍ଥା ପକ୍ଷରୁ ମଧ୍ୟ ତାଲିମ ପ୍ରଦାନ କରାଯିବ।ଗ୍ଲୋବାଲ ଫ୍ଲାଇଟ୍ ହାଣ୍ଡଲିଁ ସର୍ଭିସ ତରଫ ରୁ ନବରଙ୍ଗପୁର ଜିଲ୍ଲାର ଜଣେ ଝିଅ ଅଲିଭା ଦୀନବନ୍ଧୁ ମନୋନୀତ ହୋଇ ଚେନ୍ନାଇ ରେ ତାଲିମ ନେଉଛନ୍ତି ଏବଂ ଅତିଶିଘ୍ର ଏଭିଏସନ କ୍ଷେତ୍ର ରେ ନିଯୁକ୍ତି ମିଳିବ।ଆସନ୍ତା ୧୯.୩.୨୦୨୫ ତାରିଖ ଦିନ ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ୍ ପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ଏବଂ ଏଥିରେ ବିଭିନ୍ନ ନିଯୁକ୍ତି କାରୀ ସଂସ୍ଥା ମେଡିପ୍ଲସ, ଜି ୪ ସିକ୍ୟୁରିଟୀ , ମୁଥୁଟ ଫାଇନାନ୍ସ,ଶ୍ରୀରାମ ଫାଇନାନ୍ସ,ଉତ୍କର୍ଷ ଫାଇନାନ୍ସ, ସୁରକ୍ଷା ସ୍ବାସ୍ଥ୍ୟବୀମା ଏମ ଆର୍ ଏଲ ଜୁଏଲ ଏବଂ ଅନ୍ୟାନ୍ୟ ଘରୋଇ ସଂସ୍ଥା ଯୋଗ ଦେବେ। ସି ଡି ଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଜିଲ୍ଲାରୁ ପଞ୍ଚାୟତ ସ୍ତରରୁ ଯେଭଳି ଅଧିକ ରୁ ଅଧିକ ଯୁବକ ଯୁବତୀ ତାଲିମ ପାଇ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥା ରେ କର୍ମ ସଂସ୍ଥାନ ପାଇପାରିବେ ତା ଉପରେ ସମସ୍ତେ ବିଶେଷ କରି ପି ଆର୍ ଆଇ ସଭ୍ୟ ଙ୍କୁ ଅନ୍ତର୍ଭୁକ୍ତ କରି କାର୍ଯ୍ୟ କରିବାକୁ ମତ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post